ନୂଆଦିଲ୍ଲୀ: ମହାଳୟା ଅମାବାସ୍ୟା ଚଳିତ ବର୍ଷ ୨୧ ସେପ୍ଟେମ୍ବରରେ ଅର୍ଥାତ୍ ରବିବାର ଦିନ ପଡୁଛି। ଏଥିସହିତ ସେହି ଦିନ ସୂର୍ଯ୍ୟ ପରାଗ ମଧ୍ୟ ହେବାକୁ ଯାଉଛି। କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେଉନଥିବାରୁ ସୂତକ ସମୟ ଲାଗୁ ହେବ ନାହିଁ ଏବଂ ଧାର୍ମିକ କାର୍ଯ୍ୟକଳାପ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲିବା ନେଇ ଜ୍ୟୋତିଷ ମାନେ ମତ ଦେଇଛନ୍ତି।
ଏହି ଅମାବାସ୍ୟା ଦିନ ପିତୃପୁରୁଷମାନଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ। ଜ୍ୟୋତିଷଙ୍କ ମତରେ ଏହି ସୂର୍ଯ୍ୟ ପରାଗ ରବିବାର ରାତି ୧୦:୫୯ରେ ଆରମ୍ଭ ହୋଇ ସୋମବାର ଭୋର୍ ୩:୨୩ରେ ଶେଷ ହେବ। ଏହି ସୂର୍ଯ୍ୟ ପରାଗ ମୁଖ୍ୟତଃ ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧର କିଛି ଅଂଶରେ ଦୃଶ୍ୟମାନ ହେବ ଓ ଏହା ନ୍ୟୁଜିଲ୍ୟାଣ୍ଡ, ଫିଜି, ଆଣ୍ଟାର୍କଟିକା ଏବଂ ଦକ୍ଷିଣ ଅଷ୍ଟ୍ରେଲିଆରେ ଆଂଶିକ ଭାବରେ ଦୃଶ୍ୟମାନ ହେବ। ଜ୍ୟୋତିର୍ବିଜ୍ଞାନ ଅନୁସାରେ ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଆସେ, ଅଳ୍ପ ସମୟ ପାଇଁ ସୂର୍ଯ୍ୟକିରଣକୁ ଅବରୋଧ କରେ, ସେତେବେଳେ ଏକ ସୂର୍ଯ୍ୟ ପରାଗ ହୋଇଥାଏ।
ତେବେ ସୂର୍ଯ୍ୟ ପରାଗ ସମୟରେ ଆମକୁ କିଛି ନିୟମ ମଧ୍ୟ ମାନିବାକୁ ପଡିଥାଏ। ସୂର୍ଯ୍ୟ ପରାଗ ସମୟରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ଏପରି ସମୟରେ ମାନସିକ ଶାନ୍ତି ବଜାୟ ରଖିବା ପାଇଁ ବୈଦିକ ମନ୍ତ୍ର ଜପ କରିବାକୁ ପରାମର୍ଶ ଦିଆଯାଇଥାଏ। ଏଥିସହିତ ଖାଇବା ପିଇବାରୁ ମଧ୍ୟ ଦୂରେଇ ରହିବାକୁ କୁହାଯାଇଥାଏ। ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ।
Comments are closed.