Latest Odisha News

BREAKING NEWS

ଏଥର ଅଫିସିଆଲ, ମିଥୁନ ମନହାସ ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ମିଥୁନ ମନହାସ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କ ଏକ୍ସ ଆକାଂଉଟରେ ପ୍ରଥମେ ଏହି ଖୁସୀ ଖବର ଶେୟାର କରିଛନ୍ତି । ଜମ୍ମୁ-କଶ୍ମୀରେ ଜନ୍ମିତ ମିଥୁନ ସଭାପତି ହେବେ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା । ସେପ୍ଟମ୍ବର ୨୮ ବାର୍ଷିକ ବୈଠକରେ ଏହା ଉପରେ ମୋହର ଲାଗିଛି । ଆନ୍ତର୍ଜାତୀୟ ମ୍ୟାଚ ନ ଖେଳି ମିଥୁନ ପ୍ରଥମ ବ୍ୟକ୍ତି ଭାବେ ଏହି ଗୁରୁ ଦାୟିତ୍ୱ ବହନ କରିବାକୁ ଯାଉଛନ୍ତି । ସେ ରୋଜର ବିନ୍ନୀଙ୍କ ସ୍ଥାନରେ ସଭାପତି ଦାୟିତ୍ୱ ତୁଲାଇବେ । ବିନ୍ନୀ ନିକଟରେ ଏହି ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

୧୨ ଅକ୍ଟୋବର ୧୯୭୯ରେ ସେ ଜନ୍ମ ଗ୍ରହଣ କରିଥିଲେ । ଘରୋଇ କ୍ରିକେଟରେ ସେ ନିଜର ଛାପ ଛାଡିଥିଲେ । ବ୍ୟାଟିଂ, ବୋଲିଂ ଓ ୱିକେଟ କିପିଂରେ ତାଙ୍କର ଦକ୍ଷତା ଥିଲା । ସେ ଅଧିନାୟକ ଥିବା ବେଳେ ବିରାଟ କୋହଲିଙ୍କୁ ଦିଲ୍ଲୀ ଟିମରେ ସୁଯୋଗ ଦେଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଗଢ଼ି ଉଠିଥିଲା । ସେ ୧୫୭ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ୨୭ ଶତକ ଓ ୪୯ ଅର୍ଦ୍ଧଶତକ ସହ ସେ ୯୭୧୪ ରନ ସଂଗ୍ରହ କରିଛନ୍ତି । ମିଥୁନ ଭାରତୀୟ କ୍ରିକେଟକୁ ନୂଆ ଦିଗ ପ୍ରଦାନ କରିବେ ବୋଲି ଆଶା କରାଯାଉଛି ।

Comments are closed.