Latest Odisha News

BREAKING NEWS

ବଡ଼ଦାଣ୍ଡ ସମେତ ଶ୍ରୀମନ୍ଦିରର ୧କିମି ପରିଧି ଭିତରେ ମିଳିବନି ମଦ ଓ ଆମିଷ: ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିରର ବଡ଼ଦାଣ୍ଡ ସମେତ ଏକ ଗୋଟେ କିଲୋମିଟର ପରିଧି ଯାଏଁ ରହିବନି କୌଣସି ମଦ ଦୋକାନ । ଶ୍ରୀକ୍ଷେତ୍ରକୁ ନିଶାମୁକ୍ତ କରିବା ପାଇଁ ମୋହନ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଏନେଇ ଆଜି ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅବସରରେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଏହା ବ୍ୟତୀତ ମନ୍ତ୍ରୀ କହିଛନ୍ତି ଯେ, ବଡଦାଣ୍ଡକୁ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ ରହିବ । ଆଧ୍ୟାତ୍ମିକତାର ସୁରକ୍ଷା ଓ ମନ୍ଦିର ପାଖେ କୌଣସି ତାମସିକ କଥା ନରହୁ । ମଦ ବିକ୍ରି ବନ୍ଦ ନିୟମ ଆସିବା ପରେ କଡାକଡି କାର୍ଯ୍ୟକାରୀ କରାଯିବ ।

Comments are closed.