ଭୁବନେଶ୍ବର: ଗ୍ରାମାଞ୍ଚାଳ ଲୋକଙ୍କ ରୋଜଗାର ବୃଦ୍ଧି କରିବାକୁ ସରକାରଙ୍କ ବଡ ନିଷ୍ପତ୍ତି । ଏଣିକି ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ । ଫଳରେ ଗ୍ରାମାଞ୍ଚଳରେ ବଢ଼ିବ ରୋଜଗାର । ଏଥିପାଇଁ ଓଡ଼ିଶା ହୋମଷ୍ଟେ ପ୍ରତିଷ୍ଠା ଯୋଜନା-୨୦୨୫ କାର୍ଯ୍ୟକାରୀ ହେବ ବୋଲି ଆଜି ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡା ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ଯୋଜନା ଅଧୀନରେ ପ୍ରାୟ ୪୫୦ ନୂତନ ଗୃହନିବାସ ୧୮୦୦ ଶଯ୍ୟା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଅଧିସୂଚିତ ପଞ୍ଚାୟତର ଯେକୌଣସି ବାସିନ୍ଦା, ୧୮ ବର୍ଷରୁ ଅଧିକ ବୟସର, ଏକ ବୈଧ ଆଧାର କାର୍ଡ ଏବଂ ଏକ ଆଧାର-ଲିଙ୍କ୍ ବ୍ୟାଙ୍କ ଆକାଉଣ୍ଟ ଥିବ ଏବଂ କୌଣସି ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇ ନଥିବା, ସେମାନେ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ ।
ଏହି ଯୋଜନାର ଲକ୍ଷ୍ୟ ହେଉଛି ଓଡ଼ିଶାର ଗ୍ରାମୀଣ ଏବଂ କମ୍ ଜଣାଶୁଣା ସ୍ଥାନଗୁଡ଼ିକରେ ହୋମଷ୍ଟେ ବାସସ୍ଥାନକୁ ପ୍ରୋତ୍ସାହିତ କରିବା, ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିବା, ପର୍ଯ୍ୟଟକମାନଙ୍କୁ ପ୍ରାମାଣିକ ସାଂସ୍କୃତିକ ଏବଂ ଗ୍ରାମୀଣ ଅଭିଜ୍ଞତା ପ୍ରଦାନ କରିବା ଏବଂ ପର୍ଯ୍ୟଟନରେ ସମ୍ପ୍ରଦାୟର ଅଂଶଗ୍ରହଣକୁ ଉତ୍ସାହିତ କରିବା ।
Comments are closed.