ଜଗତସିଂହପୁର: ଜଗତସିଂହପୁର-ବାଲିକୁଦା ବଜାରରେ ଅଘଟଣ। ପ୍ରବଳ ବର୍ଷାରେ ଭାଙ୍ଗିଲା ଲାଇଟ ଗେଟ। ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ିଆସୁଛି ଗଭୀର ଅବପାତ। ଆଜି ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଜିଲ୍ଲାର ବାଲିକୁଦା ବସଷ୍ଟାଣ୍ଡ ଦୁର୍ଗା ପୂଜା କମିଟିର ତୋରଣ ଭାଙ୍ଗି ପଡ଼ିଛି । ବାଉଁଶ ଗେଟ୍ ତଳେ ଦୁଇଟି ବାଇକ୍ ସହ ଚାପି ହୋଇ ରହିଗଲେ ୫ ଜଣ । ସମସ୍ତଙ୍କୁ ଉଦ୍ଧାର କରାଯାଇ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଦୁର୍ଗାପୂଜା ପାଇଁ ଲାଗିଥିବା ୩୦ ଫୁଟ୍ ଉଚ୍ଚର ବଡ଼ ଲାଇଟ୍ ଗେଟ୍ ଭାଙ୍ଗିପଡିଥିଲା ଫଳରେ ବାଇକ, ସ୍କୁଟି ମଧ୍ୟ ଭାଙ୍ଗିଯାଇଛି । ଏଥୁସହ ବାଲିକୁଦା ମାଛଗାଁ ରାସ୍ତା ବନ୍ଦ ରହିଛି । ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବାରେ ଲାଗିପଡ଼ିଥିଲେ ପୋଲିସ ଓ ଅଗ୍ନିଶ୍ରମବାହିନୀ ।
ସେହିପରି ଗତକାଲି କଟକରେ ଲଘୁଚାପ ଜନିତ ବର୍ଷା ପବନରେ କଲେଜ ଛକରେ ଲାଇଟ ଗେଟ ଭାଙ୍ଗି ପଡିଥିଲା । ଫଳରେ ରାଣୀହାଟରୁ କଲେଜ ଛକ ରାସ୍ତା ଅବରୋଧ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।
Comments are closed.