Latest Odisha News

BREAKING NEWS

ରାଜଧାନୀର ଦୁର୍ଗା ପୂଜା ମଣ୍ଡପଗୁଡ଼ିକରୁ ୨୦୦ ଟନରୁ ଅଧିକ ସଫା ହେଲା ଅଳିଆ

ଭୁବନେଶ୍ବର: ସରିଛି ଦଶହରା ପର୍ବ । ଏବେ ଆରମ୍ଭ ହୋଇଛି ସଫେଇ କାମ । ରାଜଧାନୀର ସବୁ ଦୁର୍ଗା ପୂଜା ମଣ୍ଡପ ଗୁଡିକରୁ ବିଏମସି କର୍ମଚାରୀମାନେ ୨୦୦ ଟନ୍‌ରୁ ଅଧିକ ଅଳିଆ ସଫା କରିଛନ୍ତି । ଏହା ସହିତ ଦୈନିକ ୮୦୦ ମେଟ୍ରିକ୍ ଟନ୍ ଶୁଖିଲା ଅଳିଆ ସଫା କରାଯାଉଛି । ଏନେଇ ବିଏମସି ଅଧିକାରୀମାନେ ଆଜି କହିଛନ୍ତି ।

ବିଏମସି ଅଧିକାରୀମାନେ ଆହୁରି କହିଛନ୍ତି ଯେ, ପୂଜା ସମୟରେ ଦୈନିକ ବିଏମସି ଅଳିଆ ସଫା କରିବା ପାଇଁ ଅତିରିକ୍ତ କର୍ମଚାରୀ ନିୟୋଜିତ ଥିଲେ । ଏହି ସମୟରେ କୌଣସି ସ୍ଥାନରେ ଅଳିଆ ଜମା ହୋଇରହୁନଥିଲା । ଏନେଇ ଏକ ଶୂନ୍ୟ ଅପଚୟ ନୀତି ପ୍ରଣୟନ କରାଯାଇଥିଲା । ଶନିବାର ସନ୍ଧ୍ୟା ସୁଦ୍ଧା ସଫେଇ କର୍ମଚାରୀମାନେ ଭୁବନେଶ୍ବରର ସମସ୍ତ ଦୁର୍ଗା ପେଣ୍ଡାଲ ସଫା କରିଛନ୍ତି ବୋଲି ଅଧିକାରୀ ମାନେ କହିଛନ୍ତି ।

ପୂଜା କମିଟିଗୁଡ଼ିକୁ ପେଣ୍ଡାଲ ପାଖରେ ଡଷ୍ଟବିନ ସ୍ଥାପନ କରିବାକୁ କୁହାଯାଇଥିବା ବେଳେ, ଖାଦ୍ୟ ଏବଂ ଅନ୍ୟାନ୍ୟ ଷ୍ଟେସନାରୀ ଦୋକାନଗୁଡ଼ିକୁ ନିଜସ୍ୱ ଡଷ୍ଟବିନ ରଖିବାକୁ କୁହାଯାଇଥିଲା । ଦୁଇଟି ସିଫ୍ଟରେ ଅଳିଆ ସଂଗ୍ରହ କରିବା ପାଇଁ ବିଏମସି ଅତିରିକ୍ତ ୧୫ଟି ଅଳିଆ ପରିବହନକାରୀ ଯାନ ନିୟୋଜିତ କରିଥିଲା ।

ଅତିରିକ୍ତ ଯାନଗୁଡ଼ିକ ଅଳିଆ ସଂଗ୍ରହ କରିବା ପାଇଁ ନିର୍ଦ୍ଧାରିତ ପେଣ୍ଡାଲରେ ବୁଲି ଅଳିଆ ସଂଗ୍ରହ କରୁଥିଲା । ବିଏମସି ପାଖରେ ୫୦୦ ଅଳିଆ ପରିବହନକାରୀ ଯାନ ଅଛି । କର୍ମଚାରୀ ଏବଂ ଯାନବାହାନ ନିୟୋଜିତ କରିବା ବ୍ୟତୀତ, ଏକାଧିକ ପ୍ରବର୍ତ୍ତନ ସ୍କ୍ୱାଡ୍ କାର୍ଯ୍ୟର ଯାଞ୍ଚ କରିଥିଲେ ବୋଲି ଅତିରିକ୍ତ କମିସନର କହିଛନ୍ତି ।

 

Comments are closed.