Latest Odisha News

BREAKING NEWS

ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତି; ନକଲି ଅନଲାଇନ୍ ଟେଷ୍ଟ ସେଣ୍ଟରରେ କ୍ରାଇମବ୍ରାଞ୍ଚର ଚଢ଼ାଉ

ଭୁବନେଶ୍ୱର: ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷାରେ ଠକେଇର ତଦନ୍ତ କରି ରବିବାର ଦିନ ଓଡ଼ିଶା କ୍ରାଇମବ୍ରାଞ୍ଚ ଭୁବନେଶ୍ୱରର ଏକ ନକଲି ଅନଲାଇନ୍ ପରୀକ୍ଷା କେନ୍ଦ୍ର ଉପରେ ଚଢାଉ କରିଥିବା ସୂଚନା ମିଳିଛି।

ଏକ ଗୁଇନ୍ଦା ସୂଚନାକୁ ଆଧାର କରି କ୍ରାଇମବ୍ରାଞ୍ଚ ନନ୍ଦନକାନନ ଅଞ୍ଚଳର ରଘୁନାଥପୁରରେ ଅବସ୍ଥିତ ଏକ ନକଲି ପରୀକ୍ଷା କେନ୍ଦ୍ରରେ ଚଢାଉ କରାଯାଇଥିଲା ଓ ଏଠାରେ ନିଯୁକ୍ତି ପ୍ରକ୍ରିୟା ସହିତ ଜଡିତ କାରବାର ହେଉଥିବାର ମଧ୍ୟ ଜଣାପଡିଥିଲା।ବର୍ତ୍ତମାନ ସୁଦ୍ଧା ପରୀକ୍ଷା କେନ୍ଦ୍ରର ମାଲିକାନା ପ୍ରକାଶ କରାଯାଇନଥିବା ସତ୍ୱେ ମଧ୍ୟ ଠକେଇକୁ ନେଇ ସନ୍ଦେହରେ ଥିବା ଶଙ୍କର ପୃଷ୍ଟି ବାରମ୍ବାର ପରୀକ୍ଷା ଫିକ୍ସିଂ ସ୍ଥାନକୁ ପରିଦର୍ଶନ କରୁଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି।

ତେବେ ଶଙ୍କର ପୃଷ୍ଟି ବାଲେଶ୍ୱର, ପୁରୀ, ଗଜପତି, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ଭବାନୀପାଟଣାରେ ଅନେକ ଅନଲାଇନ୍ ପରୀକ୍ଷା କେନ୍ଦ୍ର ଚଳାଉଥିବା ନେଇ ଅଧିକାରୀମାନେ କହିଛନ୍ତି।

 

Comments are closed.