Latest Odisha News

BREAKING NEWS

ବରୁଣେଇରେ ବାର୍‌ହା ଆତଙ୍କ, ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଯାଇ ଫସିଲା ପୋଲିସ

ଖୋର୍ଦ୍ଧା: ବରୁଣେଇରେ ବାର୍‌ହା ଆତଙ୍କ । ଜିଲ୍ଲାର ବରୁଣେଇ ପାହାଡ଼ରେ ଏକ ହିଂସ୍ର ବାର୍‌ହାର ଆତଙ୍କ ଯୋଗୁଁ ପର୍ଯ୍ୟଟକ ଓ ଉଦ୍ଧାରକାରୀ ଟିମ୍‌ ଗଛ ଉପରେ ଫସି ରହିଥିଲେ ।
ଅନ୍ୟପଟେ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଯାଇଥିବା ଜଣେ ପୋଲିସଙ୍କ ପତ୍ତା ମିଳୁନଥିବାବେଳେ ଜଣେ ପର୍ଯ୍ୟଟକ ଆହତ ଅବସ୍ଥାରେ ତଳକୁ ଫେରି ଆସିଛନ୍ତି। ପୋଲିସ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ବନ ବିଭାଗ, ଅଗ୍ନିଶମ ଟିମ୍‌ ସହ ପୋଲିସର ଉଦ୍ୟମ ଜାରି ରଖିଛି ।

ଖବରମୁତାବକ, ୬ ଜଣ ପର୍ଯ୍ୟଟକ ବରୁଣେଇ ପାହାଡ଼ରେ ଥିବାବେଳେ ହଠାତ୍ ଏକ ହିଂସ୍ର ବାର୍‌ହା ସେମାନଙ୍କୁ ଆକ୍ରମଣ କରିଥିଲା। ଆତଙ୍କିତ ହୋଇ ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ଚଢ଼ି ପଡ଼ିଥିଲେ। କିନ୍ତୁ ବାର୍‌ହା ଗଛ ତଳେ ଜଗି ବସିଥିବାରୁ ସେମାନେ ତଳକୁ ଓହ୍ଲାଇ ପାରିନଥିଲେ। ଖବର ପାଇ ପୋଲିସ, ବନ ବିଭାଗ ଓ ଅଗ୍ନିଶମ ବାହିନୀର ଏକ ଟିମ୍‌ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଭାଗ୍ୟବଶତଃ, ଉଦ୍ଧାର କାର୍ଯ୍ୟ ସମୟରେ ଜଣେ ପୋଲିସ କର୍ମଚାରୀ ବାର୍‌ହାର ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ପାହାଡ଼ରେ ଉଦ୍ଧାରକାରୀ ଟିମ୍‌ ସମେତ ପର୍ଯ୍ୟଟକମାନେ ଗଛ ଉପରେ ଫସି ରହିଥିଲେ । ବାର୍‌ହା ତଳେ ଜଗି ବସିଥିବାରୁ କେହି ତଳକୁ ଓହ୍ଲାଇ ପାରିନଥିଲେ ।

ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଟିମ୍‌ ନିଖୋଜ ପୋଲିସ କର୍ମଚାରୀ ଓ ଅନ୍ୟ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ତୀବ୍ର ଉଦ୍ୟମ ଜାରି ରଖିଥିବା ସୂଚନା ରହିଛି ।

Comments are closed.