Latest Odisha News

BREAKING NEWS

ବିହାର ପାଇଁ ବିଜେପିର ସୁପର୍‌ ପ୍ଲାନ, ନିର୍ବାଚନ ଲଢ଼ିବେ ତିନି ସାଂସଦ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ବଡ଼ ରଣନୀତି କରିଛି। ଏହା ଏକ ଏମିତି ରଣନୀତି ଯେଉଁଥିରେ ଦଳ କେବଳ ସ୍ଥାନୀୟ ନେତାମାନଙ୍କ ଉପରେ ନିର୍ଭର ରହିବାକୁ ଚାହୁଁନାହି, ବରଂ ନିଜର ତିନି ସାଂସଦଙ୍କୁ ବିଧାନସଭା ନିର୍ବାଚନରେ ମୈଦାନରେ ଆଣିବାକୁ ଯୋଜନା କରୁଛି। ସୂତ୍ର ଅନୁଯାୟୀ, ବିଜେପିର ଏହି ‘ମାଷ୍ଟର୍‌ସ୍ଟ୍ରୋକ୍‌’ ରାଜପୁତ, ଯାଦବ ଏବଂ ପଛିଆ ବର୍ଗର ଭୋଟ୍‌ବ୍ୟାଙ୍କକୁ ଏକାଠି କରିବାକୁ ପ୍ରସ୍ତୁତ କରାଯାଇଛି। କୁହାଯାଉଛି ବିଜେପି ନିଜର ତିନି ଜଣ ପ୍ରଭାବଶାଳୀ ସାଂସଦଙ୍କୁ ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ  କରିପାରେ।

ଯାଦବ ଭୋଟ୍‌ର ରାଜନୈତିକ ମହତ୍ତ୍ୱ

ବିହାରର ରାଜନୀତିରେ ଯାଦବ ଭୋଟ୍‌ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହାର ଜନସଂଖ୍ୟା ପ୍ରାୟ ୧୪.୩ ପ୍ରତିଶତ। ଏହି ବଡ଼ ଭୋଟ୍‌ବ୍ୟାଙ୍କ ଦୀର୍ଘଦିନ ଧରି ରାଷ୍ଟ୍ରୀୟ ଜନତା ଦଳ (ରିଜେଡି) ସହିତ ଦୃଢ଼ ଭାବେ ଜଡ଼ିତ ରହିଆସିଛି। ଏଭଳି ପରିସ୍ଥିତିରେ ବିଜେପି ଯାଦବ ସମାଜ, ଉତ୍ତର ବିହାର ଏବଂ ମିଥିଳାଞ୍ଚଳର ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଦଳ ତିନି ସାଂସଦକୁ ନିର୍ବାଚନୀ ମୈଦାନକୁ  ଆଣିବାକୁ ଚାହୁଁଛି। ଯାଦବ ସମାଜରୁ ଆସିଥିବା ଏହି ସାଂସଦ ବିଜେପି କେନ୍ଦ୍ରୀୟ ନେତୃତ୍ୱ ସହିତ ସମ୍ପର୍କରେ ରହିଛନ୍ତି। ସେହିପରି ବିହାରରେ ୩.୪୫ ପ୍ରତିଶତ ରାଜପୁତ ମତଦାତା ରହିଛନ୍ତି। ରାଜପୁତମାନଙ୍କର ବିହାରରେ ବଡ଼ ଜନାଧାର ରହିଛି। ଏଭଳି ସ୍ଥିତିରେ ରାଜପୁତ ଭୋଟରମାନଙ୍କୁ ନିଜ ସପକ୍ଷରେ ନେବା ପାଇଁ ବିଜେପି ଏକ ବଡ଼ ରାଜପୁତ ସାଂସଦକୁ ନିର୍ବାଚନୀ ମୈଦାନକୁ ଆଣିଛି।

ବିହାରର ରାଜନୀତିରେ ପଛୁଆ ବର୍ଗଙ୍କ ମଧ୍ୟ ବଡ଼ ଭୂମିକା ରହିଛି । ୨୦୨୩ର ବିହାର ଜାତି ଜନଗଣନା ଅନୁଯାୟୀ, ନିଷାଦ ସମୁଦାୟର ଜନସଂଖ୍ୟା ପ୍ରାୟ ୫.୫ ପ୍ରତିଶତ, ଯାହା ଏହାକୁ ଅତି ପିଛଡ଼ା ବର୍ଗ (ଇବିସି)ର ଏକ ପ୍ରଭାବଶାଳୀ ଉପଜାତି କରିଥାଏ। ଯଦିଓ ଜାତିଗତ ପରିସଂଖ୍ୟାନ ଦୃଷ୍ଟିକୋଣରୁ ମଲ୍ଲାହଙ୍କର ପ୍ରତିଶତ ୨.୬, କିନ୍ତୁ ନିଷାଦ, ମଲ୍ଲାହ, କେବଟ, ବିନ୍ଦ, କଶ୍ୟପ ଭଳି ସମସ୍ତ ଉପଜାତିଗୁଡ଼ିକୁ ଯୋଡ଼ିଲେ ଏହାକୁ ୮ରୁ ୯ ପ୍ରତିଶତ କୁହାଯାଏ। ମୁଜଫ୍ଫରପୁର, ବୈଶାଳୀ, ସମସ୍ତିପୁର, ଦରଭଙ୍ଗା, ମଧୁବନୀ, ଭାଗଲପୁର ଏବଂ ଖଗଡ଼ିଆ ଭଳି ଜିଲ୍ଲାରେ ନଦୀ କୂଳରେ ଅବସ୍ଥିତ ନିଷାଦ ବସ୍ତିମାନେ ରାଜନୈତିକ ସମୀକରଣ ନିର୍ଦ୍ଧାରଣ କରନ୍ତି। ଏଭଳିସ୍ଥିତିରେ ନିଷାଦ ସମାଜ ଏବଂ ଏହି ଅଞ୍ଚଳର ଭୋଟରମାନଙ୍କୁ ନିଜ ସପକ୍ଷକୁ ନେବା ପାଇଁ ବିଜେପି ନିଜର ଆହୁରି ଜଣେ ସାଂସଦକୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଯୋଜନା କରୁଛି।

ବିହାରର ରାଜନୀତି ସବୁବେଳେ ଜାତୀ ସମୀକରଣ ଉପରେ ନିର୍ଭର କରେ । ବିଜେପି ଭଲ ଭାବେ ଜାଣି ସାରିଛି ଯେ ଏହି ନିର୍ବାଚନ ନୀତିଶ କୁମାରଙ୍କଠୁ ତେଜସ୍ୱୀ ଯାଦବଙ୍କ ଅଧିକ ଲୋକପ୍ରିୟତା ରହିଛି। ଏଭଳିସ୍ଥିତିରେ ପାର୍ଟି ଯଦି ଏହି ତିନି ସାସଂଦଙ୍କୁ ପ୍ରାର୍ଥୀ ନକରେ, ତେବେ ଦଳ ପାଇଁ ଅଡୁଆ ହୋଇପରେ। ରାଜନୈତିକ ବିଶ୍ଳେଷକମାନଙ୍କ ମତ ଅନୁଯାୟୀ, ବିଜେପିର ଏହି ପ୍ଲାନିଂ ‘ଗୋଟିଏ ତୀରରେ ତିନୋଟିକୁ ଶିକାର କରିବା’ ଭଳି ।

 

Comments are closed.