Latest Odisha News

BREAKING NEWS

ରିଙ୍କୁ ସିଂଙ୍କୁ ଅଣ୍ଡରୱାର୍ଲ୍ଡର ଧମକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କୁ ଅଣ୍ଡର ୱାର୍ଲ୍ଡର ଧମକ ମିଳିଛି । ମୁମ୍ବାଇ କ୍ରାଇମ ବ୍ରାଂଚ ଏହି ଖୁଲାସା କରିବା ପରେ କ୍ରିକେଟପ୍ରେମୀ ଚିନ୍ତାରେ ପଡିଛନ୍ତି । ରିପୋର୍ଟ ମୁତାବକ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ଏହି ଧମକ ଦେଇଛି । ଚଳିତ ବର୍ଷ ଫେବୃୟାରୀରୁ ଏପ୍ରିଲ ମଧ୍ୟରେ ରିଙ୍କୁଙ୍କ ପ୍ରମୋଶନାଲ ଟିମକୁ ୩ ଥର ଧମକ ଭରା ମେସେଜ ପଠାଯାଇଛି । ସେମାନେ ରିଙ୍କୁଙ୍କ ନିକଟରୁ ୫ କୋଟି ଦାବୀ କରିଛନ୍ତି । ପୋଲିସ ପ୍ରାରମ୍ଭିକ ତଦନ୍ତରେ ୨ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ଧମକ ଦେଇଥିବା କଥା ସ୍ୱୀକାର କରିଛି । ରିଙ୍କୁ ଏବେ ଏସିଆ କପ କ୍ରିକେଟ ଖେଳିବା ପରେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି ।

ଅଭିଯୁକ୍ତଙ୍କୁ ପୋଲିସ ୱେଷ୍ଟଇଣ୍ଡିଜରୁ ଗିରଫ କରିଥିଲା । ସେମାନଙ୍କ ନାମ ମହମ୍ମଦ ଦିଲଶାଦ ଓ ମହମ୍ମଦ ନବୀଦ । ଏବେ ସେମାନଙ୍କୁ ଭାରତ ଅଣାଯାଇଛି । ପୂର୍ବତନ ବିଧାୟକ ବାବା ସିଦ୍ଦିକଙ୍କ ହତ୍ୟା ପରେ ତାଙ୍କ ପୁଅ ଜୀଶାନ ସିଦ୍ଦିକଙ୍କୁ ମଧ୍ୟ ସେମାନେ ୧୦ କୋଟି ଟଙ୍କା ମାଗିଥିଲେ । ରିଙ୍କୁଙ୍କୁ ପୋଲିସ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ।

Comments are closed.