Latest Odisha News

BREAKING NEWS

ପୋଲିସ SI ଚାକିରି ଦୁର୍ନିତି ମାମଲା, ଘରୋଇ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ

ଭୁବନେଶ୍ୱର: ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ। ଘରୋଇ କୋଚିଂ ସେଣ୍ଟର ‘ବଣିକ’ରେ କ୍ରାଇମବ୍ରାଞ୍ଚ ରେଡ। ଓଡ଼ିଶା ପaଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡ଼ିଶା ପaଲିସ ସନ୍‌ଇନ୍‌ସ୍ପେକ୍ଟର (ଏସ୍‌ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ବଡ଼ ଖୁଲାସା କରିଛି। ଏହି ପରୀକ୍ଷାରେ ଜାଲିଆତି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ରାଜ୍ୟର ଏକ ଜଣାଶୁଣା ଘରୋଇ କୋଚିଂ ସେଣ୍ଟର ‘ବଣିକ’ ଉପରେ ଚଢ଼ଉ କରିଛି।

ଇନଷ୍ଟିଚ୍ୟୁଟରେ ଏସ୍‌ଆଇ ଆଶାୟୀ ପ୍ରାର୍ଥୀଙ୍କୁ ତାଲିମ ଅଭିଯୋଗରେ ଏହି ଚଢ଼ଉ ହୋଇଛି। ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ଭିତରେ ‘ବଣିକ’ର କିଛି ପରୀକ୍ଷାର୍ଥୀ ଅଛନ୍ତି। ରେଡ୍‌ ବେଳେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରା। ‘ବଣିକ’ କିଛି ପରୀକ୍ଷାର୍ଥୀଙ୍କୁ ପଠାଇଥିବା ସୂଚନା ମିଳିଛି କହିଲେ ଡିଏସପି। କେତେ ପରୀକ୍ଷାର୍ଥୀଙ୍କୁ ‘ବଣିକ’ ପଠାଇଥିଲା ଆଗକୁ ସ୍ପଷ୍ଟ ହେବ।

ସୂଚନା ଥାଉକି, ପୋଲିସ ଏସଆଇ ଚାକିରି ପଛରେ ସିଣ୍ଡିକେଟ୍ ଥିବା ଜଣାପଡିଛି। ଅରିଜିନାଲ ସାର୍ଟିଫିକେଟ ନେଇ ଚାଲୁଥିଲା ଡିଲ୍। ବ୍ଳାଙ୍କ ଚେକ୍ ରେ ହେଉଥିଲା ଟଙ୍କା କାରବାର। ବିଭିନ୍ନ କୋଚିଂ ସେଣ୍ଟରେ କୋଚିଂ ଦେଉଥିବା ଶିକ୍ଷକଙ୍କ ଜରିଆରେ ଚାଲୁଥିଲା ସିଣ୍ଡିକେଟ୍। କ୍ରାଇମବ୍ରାଞ୍ଚ ହାତରେ ଏହି ବଡ଼ ତଥ୍ୟ ଲାଗିଲା। ସିଣ୍ଡିକେଟ ମେମ୍ବର ବିଶ୍ବ ରଞ୍ଜନ ବେହେରା ଗିରଫ ହୋଇଛନ୍ତି। ଘର ବାରଙ୍ଗ ବିଦ୍ୟାଧରପୁର ଅଞ୍ଚଳରେ।

ଆଶାୟୀଙ୍କ ସହ ଯୋଗାଯୋଗ କରୁଥିଲା ବିଶ୍ବରଞ୍ଜନ। ସକାଳେ ଆଉ ଦୁଇ ଦଲାଲଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିଲେ । ଗିରଫଦାରୀ ସଂଖ୍ୟ ୧୨୦ରେ ପହଞ୍ଚିଛି । ତଦନ୍ତ ଜୋଦାର କଲା କ୍ରାଇମବ୍ରାଞ୍ଚ । ଗିରଫଦାରୀ ଆହୁରି ବଢ଼ିବ । କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ବରେ ଆଗକୁ ବଢ଼ିବ ତଦନ୍ତ ।

ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (OPRB) ପକ୍ଷରୁ ସୂଚନା । କ୍ରାଇମବ୍ରାଞ୍ଚ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। ମାମଲାରେ ସବୁ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଯଥାଶୀଘ୍ର ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇ ନିଯୁକ୍ତି ତ୍ବରାନ୍ବିତ ହେବ। ପ୍ରାର୍ଥୀମାନଙ୍କୁ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି OPRB ଅଧ୍ୟକ୍ଷ ।

Comments are closed.