ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଏକ ନୂଆ ନିଯୁକ୍ତି ପ୍ରକ୍ରିୟା ଘୋଷଣା କରିଛି। ଆଜି ଅର୍ଥାତ୍ ୧୬ ଅକ୍ଟୋବର ୨୦୨୫ରୁ ଇସ୍ରୋରେ ସାଇଣ୍ଟିଷ୍ଟ, ଇଞ୍ଜିନିୟର, ଟେକ୍ନିକାଲ ଆସିଷ୍ଟାଣ୍ଟ, ସାଇଣ୍ଟିଷ୍ଟ ଆସିଷ୍ଟାଣ୍ଟ ଏବଂ ଲାଇବ୍ରେରୀ ଆସିଷ୍ଟାଣ୍ଟ ସମେତ ବିଭିନ୍ନ ପଦ ପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇଛି।
https://youtu.be/fMp9zM-AKew?si=G2F717SRX71FG4NX
ସରକାରୀ ଚାକିରିର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀମାନେ ନିଜର ଯୋଗ୍ୟତା ଯାଞ୍ଚ କରି ଏହି ପଦଗୁଡ଼ିକ ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୪୧ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ୧୪ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଏହି ପଦଗୁଡ଼ିକ ପାଇଁ ଆବେଦନ କରିପାରିବେ।
ଯୋଗ୍ୟତା କ’ଣ?
ଏହି ପଦଗୁଡ଼ିକ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧିତ ବିଷୟରେ ବିଇ, ବିଟେକ, ବିଏସସି, ଏମଇ, ଏମଟେକ, ଏମଏସସି କିମ୍ବା ଅନ୍ୟ ନିର୍ଦ୍ଧାରିତ ଯୋଗ୍ୟତା ରହିଥିବା ଆବଶ୍ୟକ। ବିଭିନ୍ନ ପଦ ପାଇଁ ଶିକ୍ଷାଗତ ଆବଶ୍ୟକତା ଭିନ୍ନ ହୋଇପାରେ।
ବୟସ ସୀମା
ଆବେଦନକାରୀ ପ୍ରାର୍ଥୀଙ୍କର ନ୍ୟୂନତମ ବୟସ ୧୮ ବର୍ଷ ହେବା ଆବଶ୍ୟକ। ସର୍ବାଧିକ ବୟସ ପଦ ଅନୁଯାୟୀ ଭିନ୍ନ ରହିଛି, ଯେଉଁଥିରେ ୨୫, ୨୮, ୩୦ କିମ୍ବା ୩୫ ବର୍ଷ ନିର୍ଦ୍ଧାରିତ ହୋଇଛି। ଏହା ସହିତ, ସଂରକ୍ଷିତ ଶ୍ରେଣୀଙ୍କ ପାଇଁ ବୟସରେ ଛାଡ଼ ମଧ୍ୟ ଦିଆଯିବ। ଏସସି ଓ ଏସଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷର ବୟସ ଛାଡ଼ ପ୍ରଦାନ କରାଯାଇଛି।
ଆବେଦନ ଶୁଳ୍କ କେତେ?
ଏହି ପଦଗୁଡ଼ିକ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା ନିର୍ଦ୍ଧାରିତ ହୋଇଛି। ତେବେ, କିଛି ପ୍ରାର୍ଥୀଙ୍କୁ ପୂରା ଶୁଳ୍କ ଫେରସ୍ତ କରାଯିବ। ମହିଳା, ଏସସି, ଏସଟି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ପରୀକ୍ଷାରେ ଅଂଶଗ୍ରହଣ ପରେ ପୂରା ରାଶି ଫେରସ୍ତ ପାଇବେ। ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା କଟାଯିବା ପରେ ୫୦୦ ଟଙ୍କା ଫେରସ୍ତ କରାଯିବ।
ଆବେଦନ କେମିତି କରିବେ?
ଏସଡିଏସସି ସାର ନିଯୁକ୍ତି ୨୦୨୫ ପାଇଁ ଆବେଦନ କରିବା ସହଜ। ପ୍ରାର୍ଥୀମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରିପାରିବେ:
- ପ୍ରଥମେ ଅଧିକାରିକ ଓ୍ୱେବସାଇଟକୁ ଯାଆନ୍ତୁ।
- ଓ୍ୱେବସାଇଟର ହୋମପେଜରେ ଥିବା “Apply” ଲିଙ୍କ ଉପରେ କ୍ଲିକ କରନ୍ତୁ।
- ବ୍ୟକ୍ତିଗତ ସୂଚନା ପୂରଣ କରି ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ କରନ୍ତୁ।
- ଶିକ୍ଷାଗତ ଯୋଗ୍ୟତା, ପାସପୋର୍ଟ ସାଇଜ ଫୋଟୋ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜ ଅପଲୋଡ କରନ୍ତୁ।
- ଆବେଦନ ଶୁଳ୍କ ଦେଇ ଫର୍ମ ସବମିଟ କରନ୍ତୁ।
- ଶେଷରେ ଫର୍ମର ଏକ ପ୍ରିଣ୍ଟ ଆଉଟ ନେଇ ନିଜ ପାଖରେ ସାଇତି ରଖନ୍ତୁ।
Comments are closed.