ନୂଆଦିଲ୍ଲୀ:ମାଲେସିଆର ଜୋହରରେ ଅନୁଷ୍ଠିତ ସୁଲତାନ ଜୋହର କପ୍ ୨୦୨୫ର ଫାଇନାଲରେ ଭାରତୀୟ ଜୁନିଅର ପୁରୁଷ ହକି ଦଳ ଏକ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆଠାରୁ ୧-୨ ଗୋଲରେ ପରାସ୍ତ ହୋଇଛି । ଏଥିସହ ଟିମ୍ ଇଣ୍ଡିଆ ରୌପ୍ୟ ପଦକ ହାସଲ କରିଛି ।
ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଇଆନ ଗ୍ରୋବେଲାର ଭାରତ ବିପକ୍ଷରେ ୧୩ତମ ମିନିଟରେ ଗୋଲ ଦେଇଥିଲେ । ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ଅନମୋଲ ଏକ୍କା (୧୭ ମିନିଟ୍)ଗୋଲ ଦେଇ ସ୍କୋରକୁ ସମାନ ସ୍ଥିତିରେ ପହଞ୍ଚାଇଥିଲେ । ଉଭୟ ଦଳ ମଧ୍ୟରେ କଡାମୁକାବିଲା ଦେଖିବାକୁ ମିଳିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଇଆନ ଗ୍ରୋବେଲାର (୫୯ ମିନିଟ୍) ଗୋଲ କରି ଅଷ୍ଟ୍ରେଲିଆକୁ ବିଜୟର ସ୍ବାଦ ଚଖାଇଥିଲେ ।
ଭାରତ ପଞ୍ଚମ ଥର ପାଇଁ ଟୁର୍ଣ୍ଣାମେଣ୍ଟରେ ରନର୍ସଅପ୍ ହୋଇଛି । ଯାହା ପୂର୍ବ ଦୁଇ ଥର ତୁଳନାରେ ଭାରତର ଭଲ ପ୍ରଦର୍ଶନ ରହିଛି , କାରଣ ପୂର୍ବ ଦୁଇ ଟୁର୍ଣ୍ଣାମେଣ୍ଟରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା ଭାରତ ଦଳକୁ ।
Comments are closed.