Latest Odisha News

BREAKING NEWS

ଏକାଠି ୨ଟି ଫିଲ୍ମର ଶୁଟିଂ କରିବେ କାର୍ତିକ

ମୁମ୍ବାଇ: ବଲିଉଡର ନୂଆ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ ଏକାଠି ୨ଟି ଫିଲ୍ମର ଶୁଟିଂ ଆରମ୍ଭ କରିବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ କାର୍ତିକ ନଭେମ୍ବର ୧ରୁ ଶୁଟିଂରେ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ ରହିବେ । କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ଓ ମହାବୀର ଜୈନ ମିଳିତ ଭାବେ ନାଗଜିଲା ଫିଲ୍ମ ନିର୍ମାଣ କରୁଛନ୍ତି । ମୃଗଦୀପ ସିଂ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ୧୫ ଅଗଷ୍ଟ ୨୦୨୬ରେ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଫିଲ୍ମର ନାୟିକା ଏବଂ ଅନ୍ୟ କଳାକାରଙ୍କ ନାମ ଘୋଷଣା କରାଯାଇ ନାହିଁ ।

ଫିଲ୍ମଟି ଅଦ୍ଭୁତପ୍ରକାରର ପ୍ରାଣୀ ଏବଂ କମେଡି ଉପରେ ଆଧାରିତ । ଏହା ବ୍ୟତୀତ କାର୍ତିକ ଲୋକପ୍ରିୟ ଫିଲ୍ମମେକର ଅନୁରାଗ ବସୁଙ୍କ ଏକ ଫିଲ୍ମରେ ମଧ୍ୟ ଅଭିନୟ କରୁଛନ୍ତି । କାର୍ତିକ ୨ଟି ଯାକ ଫିଲ୍ମ ସମୟ ଅନୁସାରେ ଶେଷ କରିବାକୁ ଚାହୁଁଛନ୍ତି । ନିକଟରେ କାର୍ତିକ କରନଙ୍କ ମେଁ ତେରା, ତୁ ମେରୀର ଶୁଟିଂ ଶେଷ କରିଛନ୍ତି । ଏହା ଚଳିତ ବର୍ଷ ୩୧ ଡିସେମ୍ବରରେ ରିଲିଜ ହେବ । ଧର୍ମା ପ୍ରଡକ୍ସନ ସହ କାର୍ତିକଙ୍କ ଏହା ଦ୍ୱିତୀୟ ଫିଲ୍ମ ହେବ ।

Comments are closed.