ଭୁବନେଶ୍ୱର: ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର । ୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ ଛାତ୍ରୀ । ଯେଉଁ ଛାତ୍ରୀ ୧୮ ହଜାର ଟଙ୍କା ବୃତ୍ତି ପାଉଥିବେ ସେମାନେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ବିବେଚିତ ହେବେ । କୌଣସି ଛାତ୍ରୀ ୧୮ ହଜାର ବା ତାଠାରୁ ଅଧିକ ଟଙ୍କାର ବୃତ୍ତି କେନ୍ଦ୍ର ଅବା ରାଜ୍ୟ ସରକାରଙ୍କଠୁ ସହାୟତା ପାଉଥିଲେ ସେମାନଙ୍କୁ ସୁଭଦ୍ରା ସହାୟତା ମିଳିବନାହିଁ ବୋଲି କୁହାଯାଇଛି ।
ଏନେଇ ଦୁଇ ବିଭାଗରୁ ରିପୋର୍ଟ ମାଗିଲା ମହିଳା ଓ ଶିଶୁ ବିକାଶ ବିଭାଗ । ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛି ବିଭାଗ ।
ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ ଛାତ୍ରୀମାନେ ୧୮ ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ନେଇଛନ୍ତି ତା’ର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଚିଠି ଲେଖିଛି ବିଭାଗ ।
‘ସୁଭଦ୍ରା’ ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତାହାଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ।
Comments are closed.