ଭୁବନେଶ୍ବର: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ୨୮ ତାରିଖ ସୁଦ୍ଧା ବାତ୍ୟା ରୂପ ନେବ । ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ୟାନାମ୍ ଦେଇ ସ୍ଥଳଭାଗରେ ପ୍ରବେଶ କରିବା ପରେ ସିଧା ମାଲକାନଗିରି ମୁହାଁ ହେବ ବାତ୍ୟା ମୋନ୍ଥା । ୨୯ ତାରିଖ ଭୋର୍ ସମୟରେ ବାଲିମେଳା ଜଳଭଣ୍ଡାର ଦେଇ ପ୍ରବେଶ କରିବ । ୨୯ ତାରିଖ ଦିନତମାମ୍ ଓଡ଼ିଶା ଉପରେ ରହିବ ମୋନ୍ଥା । ଏହି ସମୟରେ ପଶ୍ଚିମ ଓଡ଼ିଶା ଓ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ବି ପ୍ରବଳ ବର୍ଷିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଏନେଇ ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ହେଲା ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ,-କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ପାଣିପାଗ ବିଭାଗର ସୂଚନା ମୁତାବକ, ସୋମବାର ସକାଳେ ବାତ୍ୟା ରୂପ ନେଲା ଗଭୀର ଅବପାତ । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ଏହା ଗୋପାଳପୁର ଠାରୁ ୮୬୦ କିମି ଏବଂ କାକିନାଡ଼ା ଠାରୁ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି l୨୮ ତାରିଖ ସକାଳେ (ମଙ୍ଗଳବାର) ଭୀଷଣ ବାତ୍ୟା (ପବନର ବେଗ ୮୦ରୁ ଅଧିକ)ରେ ରୂପାନ୍ତରିତ ହେବ । ସଂଧ୍ୟା ୬ଟାରୁ ୯ଟା ମଧ୍ୟରେ ସ୍ଥଳଭାଗରେ ପ୍ରବେଶ କରିବ ଆନ୍ଧ୍ର ଉପକୂଳ ଦେଇ ।
ଏଥିପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ମୋଟ ୪୦ଟିମ୍ ପ୍ରସ୍ତୁତ କରାଯାଇଛି । ପ୍ରତି ଟିମ୍ ରେ ଗୋଟିଏ ଲେଖାଏଁ ଅଗ୍ନିଶମ ଗାଡ଼ି, ବୋଟ୍, ଓବିଏମ୍, ପ୍ରାୟ ୪ଟି ପାଵାର ସ, ଲାଇଭ୍ ବଏ, ଲାଇଫ୍ ଜ୍ୟାକେଟ୍, ପମ୍ପ, ଗାଡ଼ି ପାଇଁ ପର୍ଯ୍ୟାପ୍ତ ତେଲ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରତି ଟିମ୍ରେ ଜଣେ ଫାୟାର ଅଫିସର, ଫାୟାରମ୍ୟାନ୍ ୪ ଜଣ, ହାବିଲଦାର ଜଣେ, ଡ୍ରାଇଭର ନିୟୋଜିତ ହୋଇଛନ୍ତି ।
Comments are closed.