ବଲାଙ୍ଗିର: ଟିଟିଲାଗଡ଼ର ଆସିଷ୍ଟାଣ୍ଟ CT & GST ଅଫିସର ଉମାକାନ୍ତ ମହାକୁଡ଼ ଲାଞ୍ଚନେବା ସମୟରେ ଧରାପଡ଼ିଲେ । ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ ।
ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କ ମିଥ୍ୟା ଜୋରିମାନା ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଅଧିକାରୀ ଶ୍ରୀ ମହାକୁର । ରମେଶଙ୍କୁ ୨୩ ହଜାର ୬ ଶହ ଟଙ୍କା ଜୋରିମାନା କରାଯାଇଥିଲା । ଜୋରିମାନାକୁ ୭୫୦୦ ଟଙ୍କା କରିଦେବା ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ରମେଶ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ ।
ପୂର୍ବ ଯୋଜନା ଅନୁଯାୟୀ ବୁଧବାର ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ।
ଏହା ସହ ବଲାଙ୍ଗୀର ଗାନ୍ଧୀ ନଗରପଡ଼ା ସ୍ଥିତ ତାଙ୍କ ବାସଭବନ, ଟିଟିଲାଗଡ ସ୍ଥିତ ତାଙ୍କ ସରକାରୀ କାର୍ଯ୍ୟାଳୟ ଓ ସୋନପୁର ଅଞ୍ଚଳରେ ତାଙ୍କ ସ୍ତ୍ରୀ ରହୁଥିବା ସରକାରୀ ବାସଭବନରେ ଏକ କାଳୀନ ଚଢ଼ାଉ ଜାରି ରଖିଛି । ଭିଜିଲାନ୍ସର ଏହି ଚଢାଉରେ ବଲାଙ୍ଗୀର ସୋନପୁର ଏବଂ ସମ୍ବଲପୁର ଜିଲ୍ଲାର ଭିଜିଲାନ୍ସ ବିଭାଗ ଟିମ ସାମିଲ ଅଛନ୍ତି ।
Comments are closed.