ରୋହିତ ଶର୍ମା ବା ହିଟମ୍ୟାନ ଭାବେ ପରିଚିତ ଏହି ମହାନ ବ୍ୟାଟ୍ସମ୍ୟାନଙ୍କୁ କିଏ ବା ନ ଜାଣେ । ଯେଉଁ ସମୟରେ ତାଙ୍କୁ ବାହାରର ରାସ୍ତା ଦେଖାଇବା ପାଇଁ ଚୟନ କମିଟି ଉଦ୍ୟମ ଆରମ୍ଭ କରିଥିଲେ, ସେ ସମୟରେ ହିଟମ୍ୟାନ ଅଷ୍ଟ୍ରେଲିଆ ମାଟିରେ ପ୍ଲେୟାର ଅଫ ଦି ସିରିଜ ହେଉଛନ୍ତି । ଏଥିସହ ଦିନିକିଆ ପଦାର୍ପଣର ପାଖାପାଖି ୧୯ ବର୍ଷ ପରେ ସେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ରୋହିତଙ୍କ କ୍ୟାରିୟର ବିଳମ୍ବରେ ଚମକିଛି । ୧୯ ବର୍ଷରୁ କମ ବିଶ୍ୱକପ କରାଇଲା ପରିଚିତ: ୨୦୦୬ରେ ଖେଳାଯାଇଥିବା ୧୯ ବର୍ଷରୁ କମ ବିଶ୍ୱକପ ରୋହିତଙ୍କୁ ପରିଚୟ ଦେଇଥିଲା । ଏହି ବିଶ୍ୱକପରୁ ଚେତେଶ୍ୱୀ ପୂଜାରା, ରବୀନ୍ଦ୍ର ଜାଡେଜା, ପୀୟୂଷ ଚାୱଲା ଓ ରୋହିତଙ୍କ ପରି ଖେଳାଳି ମିଳିଥିଲେ । ୩୪୯ ରନ କରି ରୋହିତ ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ । ୨୦୦୭ ଦିିନିକିଆ ଟିମରେ ସେ ସ୍ଥାନ ପାଇଥିଲେ ।
ହୋଇ ପାରୁ ନ ଥିଲେ ଟିମର ସ୍ଥାୟୀ ଖେଳାଳି: ପାଖାପାଖି ୫ ବର୍ଷ ପର୍ଯ୍ୟନ୍ତ ରୋହିତ ଟିମ ଇଣ୍ଡିଆର ନିୟମିତ ଖେଳାଳି ହୋଇପାରି ନ ଥିଲେ । ୨୦୦୯ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୧ ଦିନିକିଆ ବିଶ୍ୱକପ ଖେଳିପାରି ନ ଥିଲେ । ୨୦୧୨ ପର୍ଯ୍ୟନ୍ତ ସେ ୮୬ ମ୍ୟାଚରେ ମାତ୍ର ୨୦୦୦ ରନ କରିଥିଲେ ।
ଓପନିଂ ସ୍ଥାନ ବଦଳାଇଲା ଭାଗ୍ୟ: ୨୦୧୪ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ରୋହିତଙ୍କୁ ଓପନିଂ ସ୍ଥାନରେ ବ୍ୟାଟିଂ କରିବା ପାଇଁ ପଠାଗଲା । ରୋହିତ ୯୩ ବଲରେ ୮୩ ରନ କରିଥିଲେ । ଏହା ପରେ ଶିଖର ଧାୱନଙ୍କ ସହ ସେ ଓପନିଂରେ ଭଲ ପ୍ରଦର୍ଶନ କରିଥିଲେ । ୫ ବର୍ଷ ମଧ୍ୟରେ ୩ଟି ଦ୍ୱିଶତକ ମାରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ଏହା ବ୍ୟତୀତ ୫ ଥର ୧୫୦ରୁ ଅଧିକ ସ୍କୋର କରିଥିଲେ ।
୨୦୧୯ ବିଶ୍ୱକପରେ ୫ ଶତକ: ୨୦୧୯ ଦିିନିକିଆ ବିଶ୍ୱକପରେ ରୋହିତ ୫ଟି ଶତକ ମାରିଥିଲେ । ରୋହିତ ଟପ ସ୍କୋରର ହୋଇଥିଲେ ମଧ୍ୟ ଭାରତ ସେମିଫାଇନାଲ ଆଗକୁ ବଢ଼ି ପାରି ନ ଥିଲା ।
କୋହଲି, ବାବରଙ୍କ ଯୋଗୁ ଶୀର୍ଷରେ ପଂହଚି ପାରି ନ ଥିଲେ: ରୋହିତ କ୍ରମାଗତ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ବିରାଟ କୋହଲି ଓ ବାବର ଆଜମଙ୍କ ଯୋଗୁ ଶୀର୍ଷ ସ୍ଥାନ ହାସଲ କରି ପାରି ନ ଥିଲେ । ସେମାନେ ସେ ସମୟରେ ତାଙ୍କଠାରୁ ପାଦେ ଆଗରେ ରହିଥିଲେ ।
ବୟସ୍କ ୧ ନମ୍ବର ଖେଳାଳି: ୩୮ ବର୍ଷ ୧୩୮ ଦିନିକିଆରେ ରୋହିତ ଶୀର୍ଷ ସ୍ଥାନ ହାସଲ କରିଥିଲେ । ସେ ସଚିନ( ୩୮ ବର୍ଷ ୧୮୨ ଦିନ)ଙ୍କ ରେକର୍ଡ ଭାଙ୍ଗିଥିଲେ ।
୩୫ ବର୍ଷରେ ହେଲେ ଅଧିନାୟକ: ୩୫ ବର୍ଷ ପରେ ରୋହିତଙ୍କ ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଲା । ସେ ଟିମ ଇଣ୍ଡିଆର ଅଧିନାୟକ ହେଲେ ୨୦୨୨ ପରେ ତାଙ୍କୁ ୩ଟି ଯାକ ଫର୍ମାଟରେ ଏହି ଦାୟିତ୍ୱ ମିଳିଲା । ସୀମିତ ଓଭରରେ ତାଙ୍କ ପ୍ରଦର୍ଶନ ଶ୍ରେଷ୍ଠ ରହିଥିଲା । ୨୦୨୨ ଟି୨୦ ବିଶ୍ୱକପ ସେମିରେ ଭାରତ ହାରିଗଲା । ରୋହିତ ସଫଳ ପ୍ରତ୍ୟାବର୍ତନ କରି ୨୦୨୩ ଦିନିକିଆ ବିଶ୍ୱକପରେ ଅପରାଜେୟ ଭାବେ ଫାଇନାଲରେ ପ୍ରବେଶ କରିଥିଲେ । ଏଠି ଭାଗ୍ୟ ସହାୟ ହେଲାନି । ଅଷ୍ଟ୍ରେଲିଆଠାରୁ ହାରି ଭାରତ ରନର୍ସଅପ ହୋଇଥିଲା ।
ସଫଳ ଅଧିନାୟକ: ୨୦୨୩ରେ ଭାରତ ରୋହିତଙ୍କ ନେତୃତ୍ୱରେ ଟି୨୦ ବିଶ୍ୱକପ ଟାଇଟଲ ଜିତିଲା । ୧୧ ବର୍ଷ ପରେ ଭାରତ ପୂନର୍ବାର ଆଇସିସି ଟ୍ରଫି ହାତେଇଥିଲା । ଫାଇନାଲରେ ଭାରତ ୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା । ୨୦୨୫ରେ ସେ ଭାରତକୁ ପୂନର୍ବାର ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ କରାଇଥିଲେ । ଏହା ମଧ୍ୟରେ ତାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୨ଟି ଏସିଆ କପ ମଧ୍ୟ ଜିତିଥିଲା ।
ଧୋନୀଙ୍କୁ ପଛରେ ପକାଇଲେ: ଆଇସିସି ମୁକାବିଲାରେ ରୋହିତ ଓଭରାଲ ପ୍ରଦର୍ଶନରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇବାରେ ସଫଳ ହୋଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ୩୫ ଆଇସିସି ମ୍ୟାଚ ଖେଳି ମାତ୍ର ୬ରେ ପରାଜିତ ହୋଇଛି । ଅପରପକ୍ଷରେ ଧୋନୀଙ୍କ ନେତୃତ୍ୱରେ ଭାରତ ୩ଟି ଆଇସିସି ଟ୍ରଫି ଜିିତିଥିଲେ ମଧ୍ୟ ବିଜୟ ପ୍ରତିଶତ ରୋହିତଙ୍କଠାରୁ କମ ରହିଛି । ରୋହିତ ୨ଟି ଆଇସିସି ଟ୍ରଫି ଜିତାଇଛନ୍ତି । ଏବେ ତାଙ୍କର ସ୍ୱପ୍ନ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା । ରୋହିତ ଟେଷ୍ଟ ଓ ଟି୨୦ରୁ ଅବସର ଘୋଷଣା କରିଛନ୍ତି ।
BREAKING NEWS
- winter counter-terrorism operations: ୩୦ରୁ ୩୫ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ; ତୁଷାରପାତରେ ଭାରତୀୟ ସେନା ଆରମ୍ଭ କଲା ସ୍ୱତନ୍ତ୍ର ଅପରେସନ୍
- Earthquake:ତାଇୱାନରେ ୭.୦ ତୀବ୍ରତାର ଭୂମିକମ୍ପ, ଦୋହଲିଗଲା କୋଠାଘର
- Year Ender 2025: ଚଳିତବର୍ଷ ସମଗ୍ର ଦେଶକୁ ସ୍ତବ୍ଧ କରିଦେଲା ଏହି ପାଞ୍ଚ ବଡ ଘଟଣା… ଚାଲିଗଲା ଶହଶହ ଜୀବନ
- ମହିଳା ଅସଦାଚରଣରେ ଓଡିଶା ଏକ ନମ୍ବର: ବିଜେଡି
- ୨୦୩୦ ସୁଦ୍ଧା ଭୁବନେଶ୍ୱର,ପୁରୀରେ ରେଳ ଚଳାଚଳ କ୍ଷମତା ହେବ ଦ୍ୱିଗୁଣ
- ପାଦରୁ ଜଣାପଡ଼ିବ ମଧୁମେହ ହୋଇଛି କି ନାହିଁ, ଜାଣିରଖନ୍ତୁ ଏହି ସଙ୍କେତ
- କେଉଁ କେଉଁ ଦଶକୁ ଋଣ ଦେଇଥାଏ ଭାରତ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
- ମୃତ୍ୟୁ ପରେ ବଞ୍ଚି ରହନ୍ତି ଏମାନେ, ଜାଣନ୍ତୁ କଣ ଏହି ‘ଥର୍ଡ ଷ୍ଟେଟ୍’
- ଆପଣଙ୍କ ଫୋନ ବି ଥରି ଉଠିବ ! Googleରେ ଲେଖିଦିଅନ୍ତୁ ଏହି ଶବ୍ଦ ତା’ପରେ…
- ନକ୍ସଲ ହିଂସା: ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କୁ ଇନଫର୍ମର କହି ହତ୍ୟା
Comments are closed.