ନୂଆଦିଲ୍ଲୀ: ଏବେ ଆର୍ଟିଫିସିଆଲ ଇଂଟେଲଜେନ୍ସିର ଯୁଗ । ଆତ୍ମ ପ୍ରଶଂସାରେ ବିଭୋର ମନୁଷ୍ୟ ଏଆଇ କବଳରେ ପଡିବା ଆରମ୍ଭ କରିଛି । ଆଉ ଏଆଇ ମଧ୍ୟ ଏହାର ଫାଇଦା ଉଠାଉଛି । ଏକ ରିପୋର୍ଟ ଅନୁସାରେ ଏଆଇ ପରୋକ୍ଷରେ ମନୁଷ୍ୟକୁ ମିଛ ପ୍ରଶଂସା କରି ବାନ୍ଧି ରଖୁଛି । ଏପରିକି ୟୁଜର୍ସ କୌଣସି ଭୁଲ କରୁଥିଲେ ମଧ୍ୟ ଏଆଇ ଚଲାକରେ ଏହାକୁ ଠିକ ପ୍ରମାଣିତ କରୁଛି । ଷ୍ଟାନଫୋର୍ଡ ୟୁନିଭରସିଟିର କେତେକ ପ୍ରଫେସର ଏଆଇକୁ ନେଇ ଗବେଷଣା କରିଥିଲେ । ଏଥିରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ମୁଖକୁ ଆସିଥିଲା ।
ସୋଶଲ ସାଇକୋଫେଁସୀ ନାମକ ଏକ ଟର୍ମ ରହିଛି । ଏହାକୁ ଏଆଇ ଭରପୂରରେ ବ୍ୟବହାର କରୁଛି । ଏହା ମାଧ୍ୟମରେ ୟୁଜର୍ସକୁ ସତ କଥା କହିବା ବଦଳରେ ତାଙ୍କର ସେଲଫ ଇମେଜ ଓ କାର୍ଯ୍ୟକୁ ଠିକ ଦର୍ଶାଉଛି । ୟୁଜର୍ସ ଦ୍ୱନ୍ଦ୍ୱରେ ପଡି କୌଣସି ପ୍ରଶ୍ନ କରିଥିଲେ, ଏଆଇ ସେହି ଉତର ଦେଉଛି ଯାହା ଶୁଣିବାକୁ ଜଣେ ଚାହିଁବ । ଏଥିରୁ ଚଲାକିରେ ସତକୁ ବାଦ ଦିଆଯାଇଥାଏ । ଏହାର ପ୍ରଭାବ ଏବେ ମନ୍ୟୁର ମସ୍ତିଷ୍କରେ ପଡିବା ଆରମ୍ଭ କରିଛି । ଭ୍ରମରେ ରହିବା ଫଳରେ ୟୁଜର୍ସ ଠିକ ଓ ଭୁଲ ମଧ୍ୟରେ ପ୍ରଭେଦ ଜାଣିପାରୁନି । ୧୬୦୪ ଜଣ ବ୍ୟକ୍ତିଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ମନକୁ ସୁହାଇବା ଭଳି କଥା ସମସ୍ତଙ୍କ ପସନ୍ଦ ଆସିଥିଲା । ଯଦି ଏ ଭଳି ଜାରୀ ରହିବ ତେବେ ମନୁଷ୍ୟ ଆଗାମୀ ଦିନରେ ସହଜରେ ସତ୍ୟକୁ ସାମ୍ନା କରିପାରିବ ନାହିଁ ଗବେଷକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।
Comments are closed.