Latest Odisha News

BREAKING NEWS

Brown Sugar Seized: ଅକ୍ଟୋବର ୨୯ ତାରିଖ ସୁଦ୍ଧା ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ

କଟକ: ଚଳିତ ବର୍ଷ ଅକ୍ଟୋବର ୨୯ ତାରିଖ ସୁଦ୍ଧା କଟକସ୍ଥିତ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧିନରେ ଥିବା ଅଞ୍ଚଳରୁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ ହୋଇଛି । ମୋଟ ୮୧ଟି ବ୍ରାଉନ୍‌ସୁଗାର ମାମଲା ରୁଜୁ ହୋଇଥିବା ବେଳେ ୪କିଲୋ ୨୨ ଗ୍ରାମ ୪୨୮ ମିଲିଗ୍ରାମ ଧଳାଜହର ଜବତ ହୋଇଛି । ଏହି ମାମଲାରେ ୧୬୮ ଜଣ ନିଶା ମାଫିଆ ଗିରଫ ହୋଇଥିବା ସୂଚନା ରହିଛି ।

ସେହିପରି ଗଞ୍ଜେଇ କାରବାର ନେଇ ୬୪ଟି ମାମଲା ରୁଜୁ ହୋଇଥିବା ବେଳେ ୧୧୦୭ କିଲୋ ୫୭୮ ଗ୍ରାମ୍‌ରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ୭୨,୧୪,୭୨୭ ଟଙ୍କା ହୋଇଥିବା ବେଳେ ୧୦୫ ଜଣ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ୨୫ଟି ଧଳାଜହର ମାମଲାରେ ୧ କିଲୋ ୬୧୬ ଗ୍ରାମର ଧଳାଜହର ଜବତ ହୋଇଥିଲ । ଏହାର ଆନୁମାନିକ ମୂଲ୍ୟ ୧ କୋଟି ୬୧ ଲକ୍ଷ ୬୬ ହଜାର ୧୮୦ ଟଙ୍କା ହୋଇଥିବା ବେଳେ, ଏଥିରେ ୫୯ ଜଣ ଗିରଫ ହୋଇଛନ୍ତି ।

ପୁରୀ ଜିଲ୍ଲାରେ ୧୮ଟି ଧଳାଜହର ମାମଲା ରୁଜୁ ହୋଇଛି। ୧କିଲୋ ୧୨ ଗ୍ରାମ ଜବତ୍ ହୋଇଥିଲା, ଯାହାର ମୂଲ୍ୟ ୯୪ ଲକ୍ଷ ୧୬ ହଜାର ୪୦୦ ଗ୍ରାମ ହୋଇଥିବା ବେଳେ ୩୭ ଜଣ ଗିରଫ ହୋଇଛନ୍ତି। ଜିଲ୍ଲାରୁ ୩୭ କ‌ିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ୍ ହୋଇଛି। ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ହୋଇଥିବା ବେଳେ ୧୧ ଜଣ ଗିରଫ ହୋଇଛନ୍ତି ।

Comments are closed.