ଭୁବନେଶ୍ୱର: ଜମି ପଞ୍ଜିକରଣ ସେବାକୁ ଆହୁରି ସରଳ ଓ ସୁବିଧାଜନକ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ତହସିଲ କାର୍ଯ୍ୟାଳୟରେ ଜମି କ୍ରୟ ଏବଂ ବିକ୍ରୟ ସୁବିଧାର ଶୁଭାରମ୍ଭ କରିଛନ୍ତି।
ଏହି ନୂତନ ଯୋଜନା ଦ୍ବାରା ଲୋକମାନେ ସହଜରେ ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ କାର୍ଯ୍ୟାଳୟରେ ଜମି ପଞ୍ଜିକରଣ ପ୍ରକ୍ରିୟା ସମାପ୍ତ କରିପାରିବେ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲରେ ନୂତନ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ୪୪ଟି ତହସିଲ କାର୍ଯ୍ୟାଳୟରେ ଜମି ପଞ୍ଜିକରଣ ସେବା ଉପଲବ୍ଧ ରହିବ ଓ ପରବର୍ତ୍ତୀ ପର୍ଯ୍ୟାୟରେ ବାକି ସମସ୍ତ ୨୭୩ଟି ତହସିଲକୁ ଏହି ବ୍ୟବସ୍ଥା ଅଧୀନକୁ ଅଣାଯିବ।
ତେବେ ଏହି ପଦକ୍ଷେପ ଅଧୀନରେ ରାଜ୍ୟ ସରକାର ମୟୂରଭଞ୍ଜରେ ୧୨ଟି, କୋରାପୁଟରେ ୭ଟି, ଢେଙ୍କାନାଳରେ ୫ଟି ଏବଂ ଢେଙ୍କାନାଳ ଏବଂ କନ୍ଧମାଳରେ ତିନୋଟି ନୂତନ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ପ୍ରତିଷ୍ଠା କରିଥିବା ନେଇ ସୂଚନା ମିଳିଛି।
Comments are closed.