ନୂଆଦିଲ୍ଲୀ: କେନିଆରେ ହୋଇଥିବା ବିମାନ ଦୁର୍ଘଟଣାକୁ ସପ୍ତାହେ ନପୁରୁଣୁ ଆଉ ଏକ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଛି। ଖବର ମୁତାବକ, ଆମେରିକାର କଣ୍ଟୁକିରେ ଏକ କାର୍ଗୋ (ପଣ୍ୟବାହି) ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଆମେରିକାର ସଂଘିୟ ବିମାନ ପ୍ରଶାସନ (FAA)ର ସୂଚନା ମୁତାବକ, ଉକ୍ତ କାର୍ଗୋ ବିମାନଟି ମଙ୍ଗଳବାର ସଂଧ୍ୟାରେ ଲୁଇସବେଲରେ ଥିବା ମହମ୍ମଦ ଅଲ୍ଲୀ ଇଣ୍ଟରନେସନାଲ ଏୟାରପୋର୍ଟରୁ ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଉକ୍ତ ଦୁର୍ଘଟଣାଗ୍ରସ୍ତ ବିମାନଟି ମେକଡୋନାଲ ଡଗଲସ ଏମଡି-11 ମଡେଲର ଜହାଜ ବୋଲି ଜଣାପଡିଛି। ଏହି ଜାହାଜଟି ଲୁଇସବେଲରୁ ହେନୁଲୁଲୁ ଯାଉଥିବା ଜଣାପଡିଛି।
ସୁରକ୍ଷା ପାଇଁ ଦୁର୍ଘଟଣାସ୍ଥଳରେ ଏଫଏଏ ଓ ନେଶନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡକୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କଣ୍ଟୁକିର ଗଭର୍ଣ୍ଣର ଏଡି ବଶେର କହିଛନ୍ତି ଯେ, ଏହି ଘଟଣାରେ ମୋଟ 7 ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ତିନି ଜଣ କ୍ରୁ ସଦସ୍ୟଙ୍କ ସହ ଅନ୍ୟ ଚାରି ଜଣ ଲୋକ ସାମିଲ ରହିଛନ୍ତି। ତେବେ ଏହି ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ଏକ ପେଟ୍ରୋଲିୟମ ରିଫାଇନାରି କଂପାନୀ ରହିଥିବା ଜଣାପଡିଛି। ତେବେ ପ୍ରଶାସନ ଲୋକମାନଙ୍କୁ ଦୁର୍ଘଟଣାସ୍ଥଳଠୁ ସୁରକ୍ଷା ଦୂରତାରେ ରହିବାକୁ ଅପିଲ କରିଛି।
ଦୁର୍ଘଟଣା ପରେ ଲୁଇସାବେଲ ଆନ୍ତର୍ଜାତୀୟ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରିଦିଆଯିବା ସହ ସମସ୍ତ ଉଡାଣକୁ ବାତିଲ କରିଦିଆ ଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ବିମାନ ୟୁପିଏସ(ୟୁନାଇଟେଡ ପାର୍ସଲ ସର୍ଭିସ୍) ଦ୍ୱାରା ପରିଚାଳିତ କରାଯାଉଥିଲା।
ଏହି ବିମାନଟିକୁ ଆମେରିକୀୟ ବିମାନ ନିର୍ମାତା ମ୍ୟାକଡନାଲ ଡଗଲସ ନିର୍ମାଣ କରିଥିଲା। ତେବେ ପରେ ବିମାନ ନିର୍ମାଣ କମ୍ପାନୀ ବୋଇଂ ଏହି ବିମାନ କମ୍ପାନୀକୁ କିଣିନେଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଏହି ବିମାନ 34 ବର୍ଷ ପୁରୁଣା ବିମାନ ବୋଲି ଜଣାପଡିଛି। ଏହି ବିମାନଟିକୁ 2006 ମସିହାରେ ୟୁପିଏସ୍ ନିଜ ବ୍ୟବହାର ପାଇଁ କ୍ରୟ କରିଥିଲା। ତେବେ ଦୁର୍ଘଟଣା ସମ୍ପର୍କରେ ଅଧିକ ଜାଣିବା ପାଇଁ ଆମେରିକା ପକ୍ଷରୁ ତଦନ୍ତ ଜାରି ରହିଛି।
BREAKING NEWS
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
Comments are closed.