ଅହମ୍ମଦାବାଦ: ଅହମ୍ମଦାବାଦରେ ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ଆୟୋଜିତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ବିସିସିଆଇ ପକ୍ଷରୁ ଗୁରୁବାର ଫାଇନାଲ ମ୍ୟାଚ ଆୟୋଜନ କରିବା ପାଇଁ କେତେକ ଭେନ୍ୟୁର ଲିଷ୍ଟ କରାଯାଇଛି । ଅହମ୍ମଦାବାଦ, ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ମୁମ୍ବାଇକୁ ଶର୍ଟଲିଷ୍ଟ କରାଯାଇଛି । ସେହିପରି ଶ୍ରୀଲଙ୍କାର ୩ଟି ଭେନ୍ୟୁକୁ ମଧ୍ୟ ଏଥିପାଇଁ ରଖାଯାଇଛି । ରିପୋର୍ଟ ମୁତାବକ ଆସନ୍ତା ସପ୍ତାହରେ ଆଇସିସି ପକ୍ଷରୁ ବିଶ୍ୱକପ କାର୍ଯ୍ୟସୂଚୀ ଓ ଗ୍ରୁପ ଡିଟେଲ ଜାରୀ କରାଯାଇପାରେ । ବିସିସିଆଇ ଅହମ୍ମଦାବାଦକୁ ଫାଇନାଲ ପାଇଁ ଗୁରୁତ୍ୱ ଦେଇଛି । ପାକିସ୍ତାନ ଫାଇନାଲରେ ପ୍ରବେଶ କଲେ ଶ୍ରୀଲଙ୍କାର ନ୍ୟୁଟ୍ରାଲ ଭେନ୍ୟୁରେ ଏହା ଆୟୋଜିତ ହେବ ।
ପୂର୍ବରୁ ବିସିସିଆଇ ଓ ପିସିବି ମଧ୍ୟରେ ଏଥିରେ ସହମତି ହୋଇଛି । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ଟୁର୍ଣ୍ଣାମେଂଟକୁ ଆୟୋଜିତ କରୁଛନ୍ତି । ବିସିସିଆଇ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଛି ଯେ, ମହିଳା ବିଶ୍ୱକପ ଯେଉଁ ସବୁ ଭେନ୍ୟୁରେ ଖେଳାଯାଇଥିଲା ସେଗୁଡିକ ପୁରୁଷ ବିଶ୍ୱକପ ପାଇଁ ଚୟନ କରାଯିବନି । ମହିଳା ବିଶ୍ୱକପ ଗୌହାଟୀ, ବିଶାଖପଟନମ, ଇନ୍ଦୋର ଓ ନଭି ମୁମ୍ବାଇରେ ଆୟୋଜିତ ହୋଇଥିଲା । ଏଥର ମଧ୍ୟ ୨୦ଟି ଟିମ ଅଂଶଗ୍ରହଣ କରିବେ । ଓଭରାଲ ୫୫ ମ୍ୟାଚ ଖେଳାଯିବ ।
Comments are closed.