Latest Odisha News

BREAKING NEWS

ଝିଅର କାଠ ଫାଳିଆ ମାଡ଼ରେ ମା’,ବାପାଙ୍କ ମୃତ୍ୟୁ; ବାନ୍ଧିଲା ପୋଲିସ

ସୁନ୍ଦରଗଡ଼: କଳିଯୁଗ ଝିଅର କାଣ୍ଡ । ଝିଅର କାଠ ଫାଳିଆ ମାଡ଼ରେ ମା’, ବାପାଙ୍କର ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି କୁତ୍ରା ଥାନା ଅନ୍ତର୍ଗତ କିରିଙ୍ଗସେରା ପଞ୍ଚାୟତର ଭୋଗରା ଗ୍ରାମରେ ଗତ ୩ ତାରିଖ ରାତିରେ । ତେବେ କୁତ୍ରା ପୋଲିସ ଅଭିଯୁକ୍ତ ଝିଅଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ତୁଲସା ଲାକଡା।

ସୂଚନାଥାଉକି, ପ୍ରକାଶ ମିଶ୍ରଙ୍କ ୨ ଝିଅଙ୍କ ମଧ୍ୟରୁ ସାନ ଝିଅ ତୁଲସା କୁତ୍ରା ବ୍ଲକ୍‌ ଗମାଡ଼ିହିରେ ବିବାହ କରିଛନ୍ତି ଓ ବଡ଼ ଝିଅ ସବିତା ରାଉରକେଲାରେ ବିବାହ କରିଛନ୍ତି। ଉଭୟ ଝିଅ ବାପଘରକୁ ଆସିଥିଲେ। ସୋମବାର ସମସ୍ତେ ଗୋଟିଏ କୋଠରିରେ ଶୋଇଥିଲେ। କିନ୍ତୁ ରାତି ପ୍ରାୟ ୧ଟା ୩୦ରେ ତୁଲସା ଏକ କାଠଫାଳିଆରେ ବାପା ଓ ମା’ଙ୍କୁ ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ସବିତା ଉଠିପଡ଼ିଥିଲେ ଓ କାଠଫାଳିଆ ରକ୍ତାକ୍ତ ହୋଇଥିବା ବାପା, ମା’ଙ୍କୁ ସବିତା ପଡ଼ୋଶୀଙ୍କ ସହାୟତାରେ କୁତ୍ରା ଡାକ୍ତରଖାନାକୁ ନେଇଥିଲେ।

ଡାକ୍ତର ପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ମା’ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି ।

ବଡ ଝିଅ ସବିତା ଏହି ସମ୍ପର୍କରେ କୁତ୍ରା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ତୁଳସାଙ୍କୁ ପଞ୍ଚରା ଗ୍ରାମ ନିକଟରେ ବୁଲୁଥିବା ସମୟରେ ଗିରଫ କରିଛି।

Comments are closed.