ନୂଆଦିଲ୍ଲୀ: ପଟନାର ବାଙ୍କୀପୁରରେ ମତଦାନ ସମୟରେ ସମସ୍ତୀପୁର ସାଂସଦ ଶାମ୍ଭବୀ ଚୌଧୁରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ନିର୍ବାଚନ ମହଲରେ ନୂଆ ଉତ୍ତେଜନା ସୃଷ୍ଟି କରିଛି। କଂଗ୍ରେସ କହୁଛି ଯେ ଭିଡିଓରେ ତାଙ୍କ ଉଭୟ ହାତର ଆଙ୍ଗୁଳିରେ କାଳି ଚିହ୍ନ ଦେଖାଯାଉଛି, ଯାହା ଦୁଇଥର ମତ ଦେଇଥିବାର ସନ୍ଦେହ ସୃଷ୍ଟି କରୁଛି। ନିର୍ବାଚନ ସମୟରେ ଗୋଟିଏ ମତର ମୂଲ୍ୟ କେତେ ତାହା ସମସ୍ତେ ଜାଣନ୍ତି, କିନ୍ତୁ ଯଦି କେହି ଦୁଇଥର ଭୋଟ ଦେଇଦେଲା ତେବେ କ’ଣ ହେବ? ଗୋଟିଏ ନିର୍ବାଚନରେ ଦୁଇ ସ୍ଥାନରେ ଭୋଟ ଦେବା କିମ୍ବା ଦୁଇଥର ଭୋଟ ଦାନ କରିବା ମଜାକ ନୁହେଁ, ଭାରତୀୟ ଆଇନ ଅନୁଯାୟୀ ଏହା ଗମ୍ଭୀର ଅପରାଧ।
ଅନେକ ଲୋକ ଏହାକୁ ଛୋଟ ଭୁଲ ଭାବୁଛନ୍ତି, କିନ୍ତୁ ବାସ୍ତବରେ ଏହା ନିର୍ବାଚନୀ ଅପରାଧର ପରିସରକୁ ଆସିଛି। ଆସନ୍ତୁ ଜାଣିବା ଏଥିପାଇଁ କ’ଣ ଦଣ୍ଡ ରହିଛି।
ଦୁଇଥର ଭୋଟ ଦେବା ଅପରାଧ
ଭାରତର ସମ୍ବିଧାନ ଓ ଜନପ୍ରତିନିଧିତ୍ୱ ଆଇନ ୧୯୫୧ ଅନୁଯାୟୀ, ପ୍ରତ୍ୟେକ ନାଗରିକଙ୍କୁ କେବଳ ଗୋଟିଏ ଥର ଓ ଗୋଟିଏ ନିର୍ବାଚନ କ୍ଷେତ୍ରରେ ମତ ଦାନ କରିବାର ଅଧିକାର ରହିଛି। ଯଦି କୌଣସି ବ୍ୟକ୍ତି ଜାଣିଶୁଣି କିମ୍ବା ଠକାମି କରି ଦୁଇଥର ଭୋଟ ଦେଇଦିଏ, ତେବେ ଏହା ଧାରା ୬୨(୪) ଓ ଧାରା ୩୧ ଅନ୍ତର୍ଗତ ଅପରାଧ ବୋଲି ଗଣାଯାଏ।
ଏହି ନିୟମ କେବଳ ମତଦାନ ଦିବସରେ ନୁହେଁ, ମତଦାତା ତାଲିକାରେ ନାମ ପଞ୍ଜୀକରଣ ସମୟରେ ମଧ୍ୟ ପ୍ରଯୁଜ୍ୟ। ଅର୍ଥାତ୍ ଯଦି କାହାର ନାମ ଦୁଇ ଭିନ୍ନ ନିର୍ବାଚନ କ୍ଷେତ୍ରରେ ପଞ୍ଜୀକୃତ ହୋଇଥାଏ, ତେବେ ତାହା ମଧ୍ୟ ଆଇନଗତ ଅପରାଧ।
କେଉଁ ଧାରାରେ ଅପରାଧ ଓ କେତେ ଦଣ୍ଡ ହୋଇପାରେ?
ଜନପ୍ରତିନିଧିତ୍ୱ ଆଇନର ଧାରା ୩୧ କହୁଛି ଯେ ଯଦି କୌଣସି ବ୍ୟକ୍ତି ଜାଣିଶୁଣି ନିଜ ନାମକୁ ଏକାଧିକ ନିର୍ବାଚନ କ୍ଷେତ୍ରର ମତଦାତା ତାଲିକାରେ ପଞ୍ଜୀକରଣ କରାଏ କିମ୍ବା ଦୁଇ ସ୍ଥାନରୁ ମତ ଦାନ କରେ, ତେବେ ତାହାକୁ ଅପରାଧୀ ବୋଲି ଗଣାଯିବ।
ଏହି ଅପରାଧ ପାଇଁ ସର୍ବାଧିକ ଦଣ୍ଡ ଛଅ ମାସ ଜେଲ କିମ୍ବା ଜରିମାନା, କିମ୍ବା ଉଭୟ ହୋଇପାରେ। ଅର୍ଥାତ୍ ଯଦି କେହି ଜାଣିଶୁଣି ଏକାଧିକ ସ୍ଥାନରୁ ମତ ଦେଇଦିଏ, ତେବେ ତାକୁ ଜେଲ ଦଣ୍ଡ ଓ ଆର୍ଥିକ ଜରିମାନା ଉଭୟ ଭୋଗିବାକୁ ପଡ଼ିପାରେ।
ଏହି ଅପରାଧ କିପରି ପ୍ରମାଣିତ ହୁଏ
ନିର୍ବାଚନ ଆୟୋଗଙ୍କ ପାଖରେ ବର୍ତ୍ତମାନ ଇଭିଏମ୍ ଓ ମତଦାତା ତାଲିକା ଯାଞ୍ଚ ସିଷ୍ଟମ୍ ମାଧ୍ୟମରେ ଏଭଳି ଅସଙ୍ଗତିକୁ ଧରିବାର ଉପାୟ ରହିଛି। ଯଦି କାହାରି ନାମ, ପରିଚୟପତ୍ର କିମ୍ବା ଫିଙ୍ଗରପ୍ରିଣ୍ଟରେ ପ୍ରମାଳ ମିଳେ, ତେବେ ତାହାକୁ ଡୁପ୍ଲିକେଟ୍ ମତଦାତା ଘୋଷଣା କରାଯାଇପାରେ। ଏଭଳି ମାମଲାରେ ଜିଲ୍ଲା ନିର୍ବାଚନ ଅଧିକାରୀ କିମ୍ବା ପୁଲିସ ମାଧ୍ୟମରେ ଏଫ୍ଆଇଆର୍ ଦାଖଲ କରାଯାଏ।
ମତଦାନ ବୁଥରେ ଗୋଟିଏ ବ୍ୟକ୍ତି ବାରମ୍ବାର ମତ ଦେବାର ମାମଲା ଯଦି କୌଣସି ସ୍ଥାନରେ ଧରାପଡ଼େ, ତେବେ ତାହାକୁ ସେଠାରୁ ଗିରଫ କରାଯାଇପାରେ।
ଜାଣିଶୁଣି ନା ଭୁଲରେ
ଯଦି କେହି ଜାଣିଶୁଣି ଦୁଇଥର ମତ ଦେଇଦିଏ, ତେବେ ଏହା ଅପରାଧୀ ଉଦ୍ଦେଶ୍ୟ ବୋଲି ଗଣାଯିବ ଓ ଦଣ୍ଡ ନିଶ୍ଚିତ। କିନ୍ତୁ ଯଦି ଏହା ଭୁଲରେ ହୋଇଥାଏ, ଯେମିତି ନାମ ଦୁଇ ସ୍ଥାନରେ ରହିଯାଇଥାଏ ଓ ତାହା ଜଣା ନଥାଏ, ତେବେ ନିର୍ବାଚନ ଅଧିକାରୀ ତଦନ୍ତ ପରେ ଚେତାବନୀ ଦେଇ ମାମଲା ବନ୍ଦ କରିପାରନ୍ତି। ତଥାପି ଡିଜିଟାଲ୍ ଯାଞ୍ଚ ସିଷ୍ଟମ୍ ଯୋଗୁ ଏବେ ଏଭଳି ମାମଲାର ସମ୍ଭାବନା ବହୁତ କମ୍ ରହିଛି।
ଭାରତୀୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଗୋଟିଏ ବ୍ୟକ୍ତି ଗୋଟିଏ ମତ ହେଉଛି ଗଣତନ୍ତ୍ରର ମୂଳ ଆତ୍ମା। କୌଣସି ନାଗରିକ ଯଦି ଏହାକୁ ଭାଙ୍ଗେ, ତେବେ ସେ କେବଳ ଆଇନ ନୁହେଁ, ଗଣତନ୍ତ୍ରର ବିଶ୍ୱାସ ସହ ମଧ୍ୟ ଠକାମି କରୁଛି। ଆୟୋଗ ଏଭଳି ପ୍ରତ୍ୟେକ ମାମଲାକୁ ଗମ୍ଭୀରତାର ସହ ନେଇ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
BREAKING NEWS
- ରଥଯାତ୍ରାରେ ବାଧକ ସାଜିବନି ବର୍ଷା: ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ, ପ୍ରଶାସନକୁ ହାଇ-ଆଲର୍ଟ ନିର୍ଦ୍ଦେଶ
- ଶ୍ରୀମନ୍ଦିର ପ୍ରଶାସନର ‘ଜିରୋ ଟଲରାନ୍ସ’ ନୀତି: ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ
- କାଳିଆ ପ୍ରେମରେ ବଲିଉଡ୍ ଷ୍ଟାର୍: ଜୀବନରେ ପ୍ରଥମ ଥର ପାଇଁ ବଡ଼ଦାଣ୍ଡରେ ଘୋଷଯାତ୍ରା ଦେଖିବେ ସୋନୁ ନିଗମ!
- ଆକାଶମାର୍ଗରୁ ନଜର ରଖିବ ଡ୍ରୋନ୍, ପ୍ରସ୍ତୁତ ରହିଛି ‘ୱାର୍ ରୁମ୍’: ରଥଯାତ୍ରା ଭିଡ଼ ପାଇଁ ରେଳବାଇର ବ୍ଲୁ-ପ୍ରିଣ୍ଟ
- ସଫଳତାର ଶୀର୍ଷରେ ଜ୍ୟୋତିର୍ମୟୀ: ସ୍ୱତନ୍ତ୍ର ସମାରୋହରେ କିଟ୍ ପକ୍ଷରୁ ବିପୁଳ ସ୍ୱାଗତ, ଉଛୁଳିଲା କ୍ୟାମ୍ପସ
- ଖୋଲୁଛି ନକଲି IASଙ୍କ ଗୁମର: ଭୁବନେଶ୍ୱର ପରେ ବ୍ରହ୍ମପୁରରେ ମହାଠକେଇ, ଝାରପଡ଼ା ଜେଲରୁ ରିମାଣ୍ଡରେ ଆଣିଲା ସ୍ପେଶାଲ୍ ସ୍କ୍ୱାଡ୍
- ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ OHPC ଏବଂ NPTI, ନଙ୍ଗଲ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷର
- ଖୋଲିବ କି ହଜିଲା ଫାଇଲ୍ର ଗୁମର? କମିଶନରେଟ୍ ପୋଲିସ ସ୍କାନରରେ ପୂର୍ବତନ ଆଇଏଏସ୍ ଓ ଆଇଟି ସଚିବ
- Liquor shops closed:ରଥଯାତ୍ରା ଲାଗି ୪ ଦିନ ମଦ, ଭାଙ୍ଗ ଦୋକାନ ବନ୍ଦ
- ଏମିତି ଠକୁଥିଲେ ନକଲି ରେଳ ଅଧିକାରୀ; ବାନ୍ଧିଲା ପୋଲିସ
Comments are closed.