ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ ୧୬୩ ରନ କରି ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ । ଏହି ସିିରିଜ ପରେ ଯୁବରାଜ ସିଂଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଅଭିଷେକଙ୍କ ଏକ ବଡ ସିକ୍ରେଟର ଉଜାଗର କରିଛନ୍ତି । ସେ କହିଛନ୍ତି ଅଭିଷେକ ମରିଯିବେ ପଛେ ତାଙ୍କ ବ୍ୟାଟ ଅନ୍ୟ ହାତରେ ଦେବେନି । ଯୁବରାଜଙ୍କ ୨୫ ବର୍ଷୀୟ ଅଭିଷେକ ତାଙ୍କ ଆଦର୍ଶ ମନେ କରନ୍ତି । ସେ ଯୁବିଙ୍କ ଶୈଳୀରେ କ୍ରିକେଟରେ ଛାପ ଛାଡିବାକୁ ଚାହାନ୍ତି ବୋଲି ପୂର୍ବରୁ କହିଛନ୍ତି । ମୋ ପାଖରୁ ସବୁ ବ୍ୟାଟ ମାଗି କରି ନେଇଯାଇଛି, ଅଥଚ ତାର ବ୍ୟାଟ ଦେଉ ନାହିଁ ବୋଲି ଯୁବରାଜ ମଜାରେ କହିଛନ୍ତି ।
୨୦୨୪ ଜୁଲାଇରେ ଅଭିଷେକ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ଏ ପର୍ଯ୍ୟନ୍ତ ୨୯ ମ୍ୟାଚରେ ୧୦୧୨ ରନ ସଂଗ୍ରହ କରିଛନ୍ତି । ଆନ୍ତର୍ଜାତୀୟ ଟି୨୦ରେ ଦ୍ରୁତ ହଜାରେ ରନ ସଂଗ୍ରହ କରିବା ଗୌରବ ଅର୍ଜନ କରିଛନ୍ତି । ତେବେ ଯୁବି କହିଛନ୍ତି ଅଭିଷେକଙ୍କୁ ବଡ ହିଟ ମାରିବା ବ୍ୟତୀତ ଟେକନିକ ପ୍ରତି ସର୍ବଦା ସଜାଗ ରହିବାକୁ ପଡିବ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ସେ କଠିନ ଅଭ୍ୟାସ କରିଥିଲେ । ଏହି ସିରିଜ ତାଙ୍କୁ ଆହୁରି ପରିପକ୍ୱ କରାଇବ ବୋଲି ଯୁବରାଜ ଆଶା ବ୍ୟକ୍ତ କରିଛନ୍ତି ।
Comments are closed.