ନୂଆଦିଲ୍ଲୀ: ମେଘାଳୟର ଆକାଶ ଚୌଧୁରୀ ରବିବାର ଇତିହାସ ରଚିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ଓଭରରେ ୬ଟି ଛକା ଓ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ମାତ୍ର ୧୧ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ଇନିଂସରେ ସେ କ୍ରମାଗତ ୮ଟି ବଲରେ ୮ଟି ଛକା ମାରିଥିଲେ । ଏହା ପୂର୍ବରୁ ୱେନ ହ୍ୱାଇଟଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ୧୨ ବଲରେ ଅର୍ଦ୍ଧଶତକ ମାରିଥିଲେ । ରବି ଶାସ୍ତ୍ରୀ ୧୯୮୪ରେ ବରୋଦା ବିପକ୍ଷରେ ୬ ଛକା ମାରିଥିଲେ । ଆନ୍ତର୍ଜାତୀୟ କ୍ରିକେଟରେ ଭାରତର ଯୁବରାଜ ସିଂ ୬ ଛକା ମାରିଛନ୍ତି । ଅରୁଣାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ପ୍ଲେଟ ଗ୍ରୁପରେ ଆକାଶ ଏହି ସଫଳତା ହାସଲ କରିଛନ୍ତି । ମେଘାଳୟ ୬ ୱିକେଟ ବିନିମୟରେ ୫୭୬ ରନ କରିଥିବା ବେଳେ ଆକାଶ ବ୍ୟାଟିଂ କରିବାକୁ ଆସିଥିଲେ । ସେ ଲାଇମର ଦାବୀଙ୍କ ଓଭରରେ ୬ ଛକା ମାରିଥିଲେ । ଏଥିସହ ସେ ଗ୍ୟାରୀ ସୋବର୍ସ ଓ ରବି ଶାସ୍ତ୍ରୀଙ୍କ କ୍ଲବରେ ସାମିଲ ହୋଇଥିଲେ ।
ପରବର୍ତର ଓଭରର ଆରମ୍ଭରେ ମଧ୍ୟ ସେ ୨ଟି ବଲରେ ୨ଟି ଛକା ମାରିଥିଲେ । ୧୨ ବଲରେ ଅର୍ଦ୍ଧଶତକ ହାସଲ କରିବା ପରେ ହିମାଚଳ ପ୍ରଦେଶ ୬ ୱିକେଟ ବିନିମୟରେ ୬୨୮ ରନ କରି ଇନିଂସ ଘୋଷଣା କରିଥିଲା । କ୍ଲାଇଭ ଇନମାନ ୮ ମିନିଟରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଆକାଶ ଏଥିପାଇଁ ୯ ମିିନିଟ ସମୟ ନେଇଥିଲେ । ଜବାବରେ ଅରୁଣାଚଳପ୍ରଦେଶ ୭୩ ରନରେ ଅଲଆଉଟ ହୋଇ ଫଲୋଅନ ହୋଇଛି । ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ଅରୁଣାଚଳ ୨୯ ରନ ସଂଗ୍ରହ କରିଛି । ଆକାଶ ପ୍ରଥମ ଇନିଂସରେ ଗୋଟିଏ ଏବଂ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ନେଇଛନ୍ତି ।
Comments are closed.