ଭଦ୍ରକ: ଥାନାରେ ନାବାଳକକୁ ପୋଲିସର ଥାର୍ଡ ଡିଗ୍ରୀ। ମୋବାଇଲ ଚୋରି ସନ୍ଦେହରେ ନାବାଳକକୁ ଅମାନୁଷିକ ନିର୍ଯ୍ୟାତନା ଅଭିଯୋଗ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାରେ। ଏହି ଥାନା ବିରୋଧରେ ଆସିଛି ଏହି ସଙ୍ଗୀନ ଅଭିଯୋଗ। ଗୁରୁତର ଅବସ୍ଥାରେ ନାବାଳକ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗତ ୨ ତାରିଖରେ ମୋବାଇଲ ଚୋରି ନେଇ ଥାନାକୁ ଅଭିଯୋଗ ଆସିଥିଲା।
ପୋଲିସ ଜଣେ ନାବାଳକକୁ ଥାନାକୁ ଉଠାଇ ଆଣି ପଚରାଉଚରା କରିଥିଲା। ରାତିରେ ନାବାଳକକୁ ଥାନା ବାହାରକୁ ନେଇ ଅନ୍ଧାରିଆ ସ୍ଥାନରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଥାନା ଅଧିକାରୀ ରୋଜାଲିନ ବେହେରାଙ୍କ ନିର୍ଦ୍ଦେଶରେ ଏସଆଇ ନାୟକବାବୁ, ଥାନାର ଡ୍ରାଇଭର ନାବାଳକକୁ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ରେ ନାବାଳକର ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏବେ ବି ନାବାଳକ ମେଡିକାଲରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୀରହାଟ ଥାନା ଅଧିକାରିଣୀ ରୋଜାଲିନ ବେହେରା। ଥାନାରେ ନିର୍ଯ୍ୟାତନା ଦିଆଯାଇ ନାହିଁ ବୋଲି ରୋକଠୋକ୍ ମନା କରିଛନ୍ତି। ଏନେଇ ଭଦ୍ରକ ଏସପିଙ୍କ ଯୋଗାଯୋଗ କରିବାରୁ ଅଭିଯୋଗକୁ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି।
Comments are closed.