Latest Odisha News

ଟ୍ରେଲରକୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୩ ଆହତ

ସମ୍ବଲପୁର: କଟକ NH-୫୫ର ରେଢାଖୋଲ ଲୁହାପଙ୍କ ଛକ ନିକଟରେ ସଡକ ଦୁର୍ଘଟଣା । ବସ୍-ଟ୍ରେଲର୍‌ ଧକ୍କାରେ ଜଣେ ମୃତ ଓ ୧୩ ଆହତ ହୋଇଥିବା ସୂଚନା ରହିଛି । ତେବେ ଆହତମାନଙ୍କୁ ରେଢାଖୋଲ ମେଡିକାଲ୍‌ରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଖବରମୁତାବକ, ଲୁହାପଙ୍କ ଛକରେ ବିଳମ୍ବିତ ରାତିରେ ଟ୍ରଲର ପଛକୁ ଧକ୍କା ଦେଲା ଘୋରଇ ବସ୍ । ବସ୍ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଛି । କପିଳାସରୁ ଦର୍ଶନ ସାରି ସମ୍ବଲପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ତେବେ ମୃତ୍ୟୁ ହୋଇଥିବା କଣ୍ଡକ୍ଟର ପରିଚୟ ମିଳିପାରିନାହିଁ ।

Comments are closed.