ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଜବାହାର ଲାଲ ନେହେରୁ ଷ୍ଟାଡିୟମ ମାଟିରେ ମିଶିବ । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଷ୍ଟାଡିୟମ ସ୍ଥାନରେ ଏକ ଅତ୍ୟାଧୂନିକ ସ୍ପୋର୍ଟ୍ସ ସିଟି ତିଆରି ହେବ । ବିଶ୍ୱସ୍ତରର ସମସ୍ତ ସୁବିଧା ସୁଯୋଗ ଏଠାରେ ଉପଲବ୍ଧ କରାଯିବ । ପୂର୍ବରୁ ଏହି ଷ୍ଟାଡିୟମରେ ଅନେକ ଆନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହୋଇଛି । କତାର ଓ ଅଷ୍ଟ୍ରେଲିଆର ନିର୍ମିତ ସ୍ପୋଟ୍ସି ସିଟିକୁ ଏ ନେଇ ଅନୁଧ୍ୟାନ କରାଯାଉଛି । ୧୦୨ ଏକର ଜାଗାରେ ପରିବ୍ୟାପ୍ତ ନେହେରୁ ଷ୍ଟାଡିୟମର କାର୍ଯ୍ୟ କେବେ ଆରମ୍ଭ ହେବ ସେ ନେଇ କୌଣସି ଟାଇମଲାଇନ ସ୍ଥିର କରାଯାଇ ନାହିଁ । ଷ୍ଟାଡିୟମ ଭଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ।
ଏହା ମଧ୍ୟରେ ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ଓ ନ୍ୟାଶନାଲ ଡୋପ ଟେଷ୍ଟିଂ ଅଫିସ ରହିଛି । ଏହାକୁ ମଧ୍ୟ ସ୍ଥାନାନ୍ତର କରାଯିବ । କ୍ରିକେଟ, ଆକ୍ୱାଟିକ୍ସ, ଟେନିସ ଓ ଆଥଲେଟିକ୍ସ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏଠାରେ ଖେଳାଳିମାନଙ୍କ ରହିବା ପାଇଁ ମଧ୍ୟ ସୋସାଇଟି ନିର୍ମାଣ କରାଯିବ । ଯାହା ଫଳରେ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ପାଇଁ ବିଦେଶରୁ ଆସୁଥିବା ଖେଳାଳିମାନଙ୍କୁ ହୋଟେଲରେ ରହିବାକୁ ପଡିବ ନାହିଁ । ଖେଳାଳିମାନଙ୍କ ପାଇଁ ଫାଇଭ ଷ୍ଟାର ହୋଟେଲ ମଧ୍ୟ ନିର୍ମାଣ କରାଯିବ । ଏହା ବ୍ୟତୀତ ମଲ, ସୁଇମିଂ ପୁଲ, ଖେଳ ପ୍ରଶିକ୍ଷଣ କେନ୍ଦ୍ର, ଇଣ୍ଡୋର ଓ ଆଉଟଡୋର କ୍ରୀଡା ପାଇଁ ବ୍ୟବସ୍ଥା କରାଯିବ । ପ୍ରାରମ୍ଭିକ ଆକଳନରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଅତି କମରେ ୫ ବର୍ଷ ସମୟ ଲାଗିବ ।
Comments are closed.