Latest Odisha News

BREAKING NEWS

‘ମକର ସଂକ୍ରାନ୍ତି’ରେ କରନ୍ତୁ ନାହିଁ ଏହିସବୁ କାମ !

ଭୁବନେଶ୍ୱର: ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ମକର ପର୍ବ ପାଳନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି ।

ଏହି ଦିନରୁ ଧିରେ ଧିରେ ବଡ ହୋଇଥାଏ । ଏହି ଦିନ ଗଙ୍ଗାରେ ସ୍ନାନ କଲେ, ମୋକ୍ଷ ପ୍ରାପ୍ତି ଓ ଦାରିଦ୍ର‌୍ୟରୁ ମୁକ୍ତି ମିଳୁଥିବାର ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ।

‘ମକର ପର୍ବ’ରେ ସ୍ନାନ, ଦାନ ଓ ପୁନ୍ୟ ଆଦିର ବିଶେଷ ମହତ୍ତ୍ୱ ରହିଛି । ଜାଣନ୍ତୁ, ଏହିଦିନରେ କେଉଁସବୁ କାମକୁ ବାରଣ କରାଯାଇଛି ।

ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଏହି ଦିନରେ ପିଆଜ ତଥା ଆମିଷ ଆଦି ଖାଇବାକୁ ବାରଣ କରାଯାଇଥାଏ ।

ଏହି ଦିନରେ ଘରକୁ ଆସୁଥିବା କୌଣସି ସାଧୁ ସନ୍ଥ ତଥା ଗରିବ ଭିକାରୀମାନଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ । ମକର ସଂକ୍ରାନ୍ତିରେ ଦାନର ମହତ୍ତ୍ୱ ରହିଥିବାରୁ ନିଜ ଇଚ୍ଛା ମୁତାବକ ସେମାନଙ୍କୁ ଅଳ୍ପ କିଛି ଦାନରେ ଦେବା ଉଚିତ୍ ।

ମାନ୍ୟତା ରହିଛି ଯେ ଏହି ଦିନରେ ଘରର ଆଖପାଖରେ ଥିବା ଗଛ ଗୁଡିକୁ କାଟିବା ଉଚିତ୍ ନୁହେଁ।

ଏହାବ୍ୟତିତ ମକର ସଂକ୍ରାନ୍ତିକୁ ପ୍ରକୃତି ସହ ଯୋଡା ଯାଉଥିବାରୁ ଏହି ଦିନରେ ଫସଲ କାଟିବା ଉଚିତ୍ ନୁହେଁ ।

କୁହାଯାଏ ଏହି ଦିନରେ ଅତ୍ୟନ୍ତ ଶ୍ରଦ୍ଧାର ସହ ସୂର୍ଯ୍ୟ ଦେବତାଙ୍କ ପୂଜିଲେ ଅପାର ସୌଭାଗ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ ।

Leave A Reply

Your email address will not be published.