ପାଟନା: ଆଜି ବିହାର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଏନଡିଏର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମେଣ୍ଟ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଆମକୁ ବିପୁଳ ସଂଖ୍ୟାଗରିଷ୍ଠତା ଦେଇ ରାଜ୍ୟବାସୀ ଆମ ସରକାର ଉପରେ ସେମାନଙ୍କର ବିଶ୍ୱାସ ପ୍ରକାଶ କରିଛନ୍ତି । ଏଥିପାଇଁ ମୁଁ ରାଜ୍ୟର ସମସ୍ତ ସମ୍ମାନିତ ଭୋଟରଙ୍କୁ ହୃଦୟରୁ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଉଛି ।
ସେ ଆହୁରି କହିଛନ୍ତି ଯେ, ଏନଡିଏ ମେଣ୍ଟ ଏହି ନିର୍ବାଚନରେ ସମ୍ପୂର୍ଣ୍ଣ ଏକତା ପ୍ରଦର୍ଶନ କରିଛି ଏବଂ ଏକ ବିପୁଳ ବିଜୟ ହାସଲ କରିଛି । ସମସ୍ତଙ୍କ ସମର୍ଥନରେ, ବିହାର ଆହୁରି ପ୍ରଗତି କରିବ ଏବଂ ଦେଶର ସବୁଠାରୁ ବିକଶିତ ରାଜ୍ୟ ମଧ୍ୟରେ ସାମିଲ ହେବ ।
Comments are closed.