କୋଲକାତା: ଇଡେନ ଗାର୍ଡେନରେ ଖେଳାଯାଉଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ମଧ୍ୟ ୱିକେଟପତନ ଜାରୀ ରହିଛି । ଶନିବାର ଷ୍ଟମ୍ପସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ଓଭରାଲ ୬୩ ରନର ଅଗ୍ରଣୀ ହାସଲ କରିଛି । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ସ୍କୋର ୧୫୯ ରନ ଜବାବରେ ଭାରତ ୯ ୱିକେଟ ବିନିମୟରେ ୧୮୯ ରନ କରିଥିଲା । ଅଧିନାୟକ ଶୁଭମନ ଗିଲ ରିଟାୟର୍ଡ ହର୍ଟ ହେବା ପରେ ଆଉ ବ୍ୟାଟିଂ କରିବାକୁ ଆସି ନ ଥିଲେ । ଭାରତ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୩୯ ରନ କରିଥିଲେ । ସାଇମନ ହାର୍ମର ୪ଟି ଓ ମାର୍କୋ ୟାନସେନ ୩ଟି ୱିକେଟ ନେଇଥିଲେ ।
ଭାରତ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୩୦ ରନର ଅଗ୍ରଣୀ ହାସଲ କରିଛି । ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୭ ୱିକେଟ ବିନିମୟରେ ୯୩ ରନ ସଂଗ୍ରହ କରିଛି । ଟେମ୍ବା ବାଭୁମା ୨୯ ଓ କୋର୍ବିନ ୱାଶ ୧ ରନ କରି ଅପରାଜିତ ଅଛନ୍ତି । ଦ୍ୱିତୀୟ ଦିବସରେ ୧୫ଟି ୱିକେଟର ପତନ ଘଟିଛି । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ କୂଲଦୀପ ଯାଦବ ୨ଟି ଓ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଛନ୍ତି । ଜାଡେଜା ଭାରତରେ ୨୫୦ ଟେଷ୍ଟ ୱିକେଟ ପୂରଣ କରିଛନ୍ତି । ଖରାପ ଆଲୋକ ଯୋଗୁ ଦ୍ୱିତୀୟ ଦିବସରେ ୭୭ ଓଭର ଖେଳାଯିବା ସମ୍ଭବପର ହୋଇଥିଲା ।
Comments are closed.