କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇଡେନଗାର୍ଡେନରେ ପ୍ରଥମ କ୍ରିକେଟ ଟେଷ୍ଟ ଚାଲିଛି । ମ୍ୟାଚର ଦ୍ୱିତୀୟ ଦିବସରେ ରିଷଭ ପନ୍ତ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ୨୪ ବଲରେ ୨୭ ରନ କରିବା ଅବସରରେ ୨ଟି ଛକା ମାରିଥିଲେ । ବିସ୍ଫୋରକ ବ୍ୟାଟ୍ସମ୍ୟାନ ପନ୍ତ ଭାରତ ପକ୍ଷରୁ ସର୍ବାଧିକ ଛକା ମାରିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସେ ୮୩ ଟେଷ୍ଟରେ ୯୨ ଛକା ମାରିଛନ୍ତି । ଏଥିସହ ସେ ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ସେହ୍ୱାଗ ୧୮୦ ଇନିଂସରେ ୯୧ ଛକା ମାରିଛନ୍ତି । ରୋହିତ ଶର୍ମା( ୧୧୬ ଇନିଂସରେ ୮୮), ରବୀନ୍ଦ୍ର ଜାଡେଜା (୧୩୦ ଇନିଂସରେ ୮୦) ଓ ମହେନ୍ଦ୍ର ସିଂ ଧୋନୀ ୧୪୪ ଇନିଂସରେ ୭୮ ଛକା ମାରି ଯଥାକ୍ରମେ ତୃତୀୟରୁ ପଂଚମ ସ୍ଥାନ ମଧ୍ୟରେ ରହିଛନ୍ତି ।
କୋଲକାତା ଟେଷ୍ଟରେ ଭାରତ ୧୮୯ ରନ କରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦ ରନର ଅଗ୍ରଣୀ ହାସଲ କରିଥିଲା । ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୭ ୱିକେଟ ବିନିମୟରେ ୯୩ ରନ ସଂଗ୍ରହ କରିନେଇଛି । ବୋଲରଙ୍କୁ ସୁହାଉଥିବା ପିଚରେ ଦକ୍ଷିଣ ଆଫ୍ରିକା ୬୩ ରନର ଅଗ୍ରଣୀ ହାସଳ କରିଛି । ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ରିଟାୟର୍ଡ ହର୍ଟ ହୋଇଛନ୍ତି । ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ସମ୍ଭାବନା କ୍ଷୀଣ ରହିଛି ।
Comments are closed.