ପାଟଣା: ବିହାର ନିର୍ବାଚନ ରେଜଲ୍ଟ ଘୋଷଣାର ଦିନକ ପରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି।
ଇନଷ୍ଟାଗ୍ରାମର ପୋଷ୍ଟରେ ସେ ଲେଖିଛନ୍ତି ଯେ ସେ ରାଜନୀତିରୁ ଅବସର ନେଉଛନ୍ତି ଏବଂ ନିଜ ପରିବାରଠାରୁ ନିଜକୁ ଦୂରେଇ ରଖିବେ। ସେ ସଂଜୟ ଯାଦବ ଏବଂ ରମିଜଙ୍କ ଚାପରେ ଏହି ପଦକ୍ଷେପ ନେଇଛନ୍ତି। ତାଙ୍କର ବୟାନ ଆରଜେଡି ଶିବିର ମଧ୍ୟରେ ହଇଚଇ ସୃଷ୍ଟି କରିଛି।
ନିର୍ବାଚନ ପରାଜୟ ମଧ୍ୟରେ ପାରିବାରିକ ବିବାଦ ଦେଖାଦେବା ଦଳର ସମସ୍ୟାକୁ ଆହୁରି ଜଟିଳ କରିପାରେ ବୋଲି କୁହାଯାଉଛି। ରୋହିଣୀ ଆଚାର୍ଯ୍ୟଙ୍କ ଏହି ନିଷ୍ପତ୍ତି ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏକ ବିବୃତ୍ତି ଜାରି କରି କହିଛି ଯେ ଏହା ଏକ ଆଭ୍ୟନ୍ତରୀଣ ପାରିବାରିକ ମାମଲା।
ଆରଜେଡି ସୂତ୍ର ଅନୁସାରେ ଲାଲୁ ଏବଂ ରାବ୍ରି, ସଂଜୟ ଯାଦବଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଜସ୍ୱୀଙ୍କୁ ଏପର୍ଯ୍ୟନ୍ତ ଚାପ ପକାଇ ନାହାଁନ୍ତି ଏବଂ ଏଥିପାଇଁ ରୋହିଣୀ ଆଚାର୍ଯ୍ୟ ଏଭଳୀ ବିସ୍ଫୋରକ ନିଷ୍ପତି ନେଇଛନ୍ତି। ଦଳ ଭିତରେ ଏହାକୁ ରୋହିଣୀଙ୍କ ଏକ ଭାବପ୍ରବଣ ପଦକ୍ଷେପ ଭାବରେ ଦେଖାଯାଉଛି।
ରୋହିଣୀ ସାର୍ବଜନୀନ ଭାବରେ ଅଭିଯୋଗ କରିଛନ୍ତି ଯେ ସଞ୍ଜୟ ଯାଦବ ଏବଂ ରମିଜଙ୍କ ଚାପରେ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ କରାଯାଇଥିଲା। ଏହି ବୟାନ ଯେତିକି ଭାବପ୍ରବଣ ଥିଲା, ସେତିକି RJDର ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
Comments are closed.