Latest Odisha News

BREAKING NEWS

୧୬ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲାଲକିଲ୍ଲା

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖ ସନ୍ଧ୍ୟା ୬.୫୨ ସମୟରେ ଦିଲ୍ଲୀ ଲାଲକିଲ୍ଲାର ମେଟ୍ରୋ ଷ୍ଟେସନର ଗେଟ୍ ୧ ନିକଟରେ ଏକ ଧଳା ହୁଣ୍ଡାଇ ଆଇ୨୦ କାରରେ ବିସ୍ଫୋରଣ ହୋଇଥିଲା।ଏଥିରେ ୧୩ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ମଧ୍ୟ ହୋଇଥିଲେ।

ଏହି କାର ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଡାକ୍ତର ଉମର ନବିଙ୍କର ଥିବା ନେଇ ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣା ହେବାର ପାଞ୍ଚ ଦିନ ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ତରଫରୁ ଶନିବାର କୁହାଯାଇଛି ଯେ ନଭେମ୍ବର ୧୬ ତାରିଖରୁ ଲାଲକିଲ୍ଲା ପରିସର ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ।

ଏହି ବିସ୍ଫୋରଣ ପରେ ବନ୍ଦ ହୋଇଥିବା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୨ ଏବଂ ୩ ଖୋଲିବାର କିଛି ଘଣ୍ଟା ପରେ ଲାଲକିଲ୍ଲାର ଗେଟ୍ ନମ୍ବର ୨ ଏବଂ ୩ ବର୍ତ୍ତମାନ୍ ଯାତ୍ରୀମାନଙ୍କ ପାଇଁ ଖୋଲା ହୋଇଛି। ତେବେ ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ଥଗିତ ରଖାଯାଇଥିବା ଆଂଶିକ ପ୍ରବେଶକୁ ପୁନଃସ୍ଥାପିତ କରାଯାଇଥିବା ନେଇ DMRC ନିଜର X ଆକାଉଣ୍ଟରେ କହିଛି।

ଏହା ବ୍ୟତୀତ ସୋମବାର ବିସ୍ଫୋରଣ ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ କରୁଥିବାରୁ ଆଖପାଖ ଅଞ୍ଚଳ ମଧ୍ୟ ବନ୍ଦ କରାଯାଇଥିଲା।

Comments are closed.