ଢେଙ୍କାନାଳ: ସୋମବାର ଢେଙ୍କାନାଳ ବନ୍ଦ । ସ୍ମାର୍ଟ ମିଟର ବିରୋଧରେ ବିଦ୍ୟୁତ୍ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେବ। ସକାଳ ୬ଟାରୁ ରାଜପଥ ଅବରୋଧ ସହ ରେଳ ଅବରୋଧ କରାଯାଇଛି । ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ ରହିଛି । ସକାଳ ୧୦ଟାରୁ ପିକେଟିଂ କରାଯାଇ ବ୍ୟାଙ୍କ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ । ଏଥିରୁ ଜରୁରୀକାଳିନ ସେବାକୁ ବାଦ୍ ଦିଆଯିବ ।
ଏହାପରେ ଦିନ ୧୨ଟାରେ ଏକ ବିରାଟ ଶୋଭାଯାତ୍ରା କରାଯାଇ ପ୍ରତିବାଦ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଥାଉକି, ପୂର୍ବତଟ ରେଳପଥର ଢେଙ୍କାନାଳ ଷ୍ଟେସନ ଠାରେ ଆନ୍ଦୋଳନକାରୀ ମାଲବାହୀ ଟ୍ରେନ୍ ଓ ଅନୁଗୁଳ ପୁରୀ ଡିଏମୟୁ ଟ୍ରେନକୁ ଅଟକ ରଖିଥିବା ସୂଚନା ମିଳିଛି। ଏଥିସହ ଲେଜ ବାଇପାସ, କୋରିଆଁ, କଣ୍ଟା ନାଳୀ, ମହିଷାପାଟ ଆଦି ସ୍ଥାନରେ ୫୫ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବାରୁ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି ।
ଶାନ୍ତିଶୃଙ୍ଖଳାର ସହ ଆନ୍ଦୋଳନରେ ସାମିଲ ହେବାକୁ କମିଟି ଆହ୍ୱାନ କରିଛି । ଏପଟେ ଆଇନଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି।
Comments are closed.