Latest Odisha News

BREAKING NEWS

କୁଚ ବେହାର ଟ୍ରଫିରେ ଚମତ୍କାର ବ୍ୟାଟିଂ କଲେ ସେହ୍ୱାଗଙ୍କ ପୁଅ

ନୂଆଦିଲ୍ଲୀ: ଚଳିତ କୁଚ ବେହାର କ୍ରିକେଟ ଟୁର୍ଣ୍ଣାମେଂଟରେ ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ୱାଗ ଦିଲ୍ଲୀ ଟିମ ପକ୍ଷରୁ ଖେଳୁଛନ୍ତି । ବିହାର ବିପକ୍ଷ ମ୍ୟାଚରେ ଆର୍ଯ୍ୟବୀର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଦିଲ୍ଲୀ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେ ୯୯ ରନ କରିଥିଲେ । ଦିଲ୍ଲୀ ପ୍ରଥମ ଇନିଂସରେ ୨୭୮ ରନ କରିଥିଲା । ଆର୍ଯ୍ୟବୀର ୭୨ ଓ ପ୍ରଣବ ପନ୍ତ ୮୯ ରନ କରି ଆଉଟ ହୋଇଥିଲେ । ଜବାବରେ ବିହାର ପ୍ରଥମ ଇନିଂସରେ ୧୨୫ ରନ କରିବାକୁ ସକ୍ଷମ ହୋଇଥିଲା । ଫଲୋଅନ ହେବା ପରେ ବିହାର ଦ୍ୱିତୀୟ ଇନିଂସରେ ୨୦୫ ରନ କରିଥିଲା । ଫଳରେ ଦିଲ୍ଲୀ ସମ୍ମୁଖରେ ୫୩ ରନର ବିଜୟ ଲକ୍ଷ୍ୟ ରହିଥିଲା ।

ଦିଲ୍ଲୀ ୧୫.୨ ଓଭରରେ ୨ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଆର୍ଯ୍ୟବୀର ଦ୍ୱିତୀୟ ଇନିଂସରେ ୨୭ ରନ କରିଥିଲେ । ସେ ମ୍ୟାଚରେ ଓଭରାଲ ୯୯ ରନ କରିଥିଲେ । ୨୦୨୩ରୁ ଆର୍ଯ୍ୟବୀର ଏଜ ଗ୍ରୁପ କ୍ରିକେଟ ଖେଳୁଛନ୍ତି । ସେ ୬୧ ମ୍ୟାଚରେ ୨୧୦୩ ରନ ସଂଗ୍ରହ କରିଛନ୍ତି । ମେଘାଳୟ ବିପକ୍ଷରେ ସେ ଦ୍ୱିଶତକ ମାରିଥିଲେ । ଦିଲ୍ଲୀ ପ୍ରିମିୟର ଲିଗରେ ସେ ସେଂଟ୍ରାଲ ଦିଲ୍ଲୀ କିଙ୍ଗସ ତାଙ୍କୁ ୮ ଲକ୍ଷ ଟଙ୍କାରେ ଦଳରେ ନେଇଛି ।

Comments are closed.