ନୂଆଦିଲ୍ଲୀ: ଶିକ୍ଷକ ଚାକିରି ପାଇଁ ଇଚ୍ଛୁକ ଥିବା ଅପେକ୍ଷାରତ ଯୁବକଯୁବତୀଙ୍କ ପାଇଁ ବଡ଼ । ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ପର୍ଷଦ (WBBPE) ସ୍ପେଶାଲ ଏଜୁକେସନ ଟିଚର୍ (ପ୍ରାଥମିକ) ପଦବୀରେ ୨୩୦୮ଟି ଖାଲିପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନିଯୁକ୍ତି କେବଳ ବଡ଼ ସହରକୁ ସୀମିତ ନୁହେଁ, ରାଜ୍ୟର ସବୁ ଜିଲ୍ଲାର ସରକାରୀ ସହାୟତାପ୍ରାପ୍ତ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ହେବ । ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ wbbpeonline.com କିମ୍ବା wbbpe.wb.gov.in ରେ ଯାଇ ଅନଲାଇନ୍ ଆବେଦନ କରିପାରିବେ । ଆବେଦନ ଆରମ୍ଭ ହୋଇଛି ୧୨ ନଭେମ୍ବର ୨୦୨୫ ସନ୍ଧ୍ୟା ୬ଟାରୁ ଏବଂ ଶେଷ ତାରିଖ ୨୫ ନଭେମ୍ବର ୨୦୨୫ ରାତି ୧୧:୫୯ ଯାଏ ।
କେଉଁମାନେ ଆବେଦନ କରିପାରିବେ?
ଏହି ନିଯୁକ୍ତିରେ ଯୋଗ ଦେବାକୁ ହେଲେ ପ୍ରାର୍ଥୀଙ୍କୁ WBBPE ଦ୍ୱାରା ପରିଚାଳିତ TET (ଟିଚର୍ ଏଲିଜିବିଲିଟି ଟେଷ୍ଟ) କ୍ୱାଲିଫାଏଡ୍ ହେବା ବାଧ୍ୟତାମୂଳକ । ଏହା ସହିତ ସ୍ପେଶାଲ ଏଜୁକେସନରେ D.El.Ed କିମ୍ବା RCI ଅନୁମୋଦିତ ସମାନ ଡିଗ୍ରୀ ଥିବା ଆବଶ୍ୟକ । ଯେଉଁମାନେ ପୂର୍ବରୁ ଶିକ୍ଷକ ପ୍ରଶିକ୍ଷଣ ନେଇ TET ପାସ୍ କରିଛନ୍ତି, ସେମାନେ ସହଜରେ ଆବେଦନ କରିପାରିବେ ।
ବୟସ ସୀମା କେତେ?
ଆବେଦନକାରୀଙ୍କ ବୟସ ୧ ଜାନୁଆରୀ ୨୦୨୫ ଆଧାରରେ ସର୍ବନିମ୍ନ ୨୦ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ହେବା ଆବଶ୍ୟକ । ତେବେ ସରକାରୀ ନିୟମାନୁଯାୟୀ SC, ST, OBC ଓ ଅନ୍ୟ ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀମାନଙ୍କୁ ଉପର ବୟସ ସୀମାରେ ଛାଡ଼ ମିଳିବ ।
ଦରମା କେତେ ମିଳିବ?
ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ମାସିକ ପ୍ରାୟ ୨୮,୯୦୦ ଟଙ୍କା (ବେସିକ୍ ପେ) ସହ ଡିଏ, ଏଚଆରଏ ଓ ଅନ୍ୟାନ୍ୟ ଭତ୍ତା ମିଳିବ । ସ୍ପେଶାଲ ଏଜୁକେସନ ଟିଚର୍ ପଦବୀ ପାଇଁ ଏହା ଏକ ଆକର୍ଷଣୀୟ ବେତନ ପ୍ୟାକେଜ୍ । ସରକାରୀ ଚାକିରି ହେବାରୁ ସ୍ଥାୟୀତ୍ୱ, ପେନସନ ଓ ଅନ୍ୟ ସୁବିଧା ମଧ୍ୟ ମିଳିବ ।
ଆବେଦନ ଶୁଳ୍କ କେତେ?
ସାଧାରଣ ଶ୍ରେଣୀ ପାଇଁ ୬୦୦ ଟଙ୍କା, OBC ପାଇଁ ୫୦୦ ଟଙ୍କା । SC, ST, EWS ଓ PwD ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ ।
ଚୟନ ପ୍ରକ୍ରିୟା କିପରି ହେବ?
ଚୟନ ଦୁଇ ପର୍ଯ୍ୟାୟରେ ହେବ । ପ୍ରଥମେ TET ସ୍କୋର୍ ଆଧାରରେ ସର୍ଟଲିଷ୍ଟିଙ୍ଗ୍ । ତା’ପରେ ଚୟନିତ ପ୍ରାର୍ଥୀମାନଙ୍କୁ କ୍ଲାସରୁମ୍ ଟିଚିଙ୍ଗ୍ ଡେମୋ ଏବଂ ଇଣ୍ଟରଭ୍ୟୁ ଡକାଯିବ । ଦୁହେଁ ପର୍ଯ୍ୟାୟରେ ସଫଳ ହେଲେ ହିଁ ଅନ୍ତିମ ଚୟନ ।
ଫର୍ମ କିପରି ଭରିବେ?
୧. ଅଫିସିଆଲ୍ ୱେବସାଇଟ୍ wbbpeonline.com କିମ୍ବା wbbpe.wb.gov.in କୁ ଯାଆନ୍ତୁ ।
୨. “Application for Special Education Teachers in Primary Schools, 2025” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
୩. ରେଜିଷ୍ଟ୍ରେସନ୍ କରି ସବୁ ତଥ୍ୟ ଠିକ୍ ଭାବେ ଭରନ୍ତୁ ।
୪. ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ଏବଂ ଜିଲ୍ଲା ପ୍ରେଫରେନ୍ସ ବାଛନ୍ତୁ ।
୫. ଶ୍ରେଣୀ ଅନୁଯାୟୀ ଶୁଳ୍କ ଜମା କରନ୍ତୁ ।
୬. ଫର୍ମ ସବମିଟ୍ କରି PDF ଡାଉନଲୋଡ୍ କରି ପ୍ରିଣ୍ଟ କାଢ଼ି ରଖନ୍ତୁ ।
ଏହି ନିଯୁକ୍ତି ବିଶେଷ ଭାବେ ସକ୍ଷମ ପିଲାଙ୍କ ପାଇଁ ଏକ ବଡ଼ ପଦକ୍ଷେପ । ଯୋଗ୍ୟ ପ୍ରାର୍ଥୀମାନେ ଶୀଘ୍ର ଆବେଦନ କରନ୍ତୁ, ନଚେତ୍ ସୁଯୋଗ ହାତଛଡ଼ା ହୋଇଯିବ !
BREAKING NEWS
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
Comments are closed.