Latest Odisha News

BREAKING NEWS

ରାଜ୍ୟରେ ଆଉ ୪ ନୂଆ ତହସିଲ୍ ପାଇଁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ତୃଣମୂଳ ସ୍ତରରେ ଶାସନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଚାରୋଟି ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ରାଜ୍ୟରେ ମୋଟ ତହସିଲ ସଂଖ୍ୟା ୩୨୧କୁ ବୃଦ୍ଧି ପାଇବ।

ତେବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ନୂତନ ପ୍ରଶାସନିକ ୟୁନିଟ୍ ପ୍ରତିଷ୍ଠା ସମ୍ପର୍କରେ ତିନୋଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଜାରି କରି କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏଥିସହିତ ସାତ ଦିନ ମଧ୍ୟରେ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ସମ୍ପୃକ୍ତ ରାଜସ୍ୱ ବିଭାଗୀୟ କମିଶନର (RDCs)ମାନଙ୍କୁ କୁହାଯାଇଛି।

ଦୁଇଟି ତହସିଲ ଭୁବନେଶ୍ୱରରେ ଗଠନ ହେଉଥିବା ବେଳେ କଟକ ଏବଂ ସମ୍ବଲପୁର ଜିଲ୍ଲାରେ ଗୋଟିଏ ଲେଖାଏ ତହସିଲ ଗଠନ କରାଯିବା ନେଇ ସୂଚନା ମିଳିଛି।

ତହସିଲଗୁଡ଼ିକ ଭୂମି ରାଜସ୍ୱ ପରିଚାଳନା, ଭୂମି ରେକର୍ଡ ରକ୍ଷଣାବେକ୍ଷଣ ଏବଂ ସ୍ଥାନୀୟ ସ୍ତରରେ ଅତ୍ୟାବଶ୍ୟକ ସାର୍ବଜନୀନ ସେବା ପ୍ରଦାନ କରିବା ପାଇଁ ପ୍ରମୁଖ ପ୍ରଶାସନିକ ୟୁନିଟ୍ ଭାବରେ କାର୍ଯ୍ୟ କରିଥାଏ।

Comments are closed.