Latest Odisha News

BREAKING NEWS

ପ୍ରେମ ଆଉ ଚୁମ୍ବନର ବଡ ରହସ୍ୟ ଖୋଲିଲେ ବୈଜ୍ଞାନିକ

ପ୍ରେମର ପ୍ରକୃତ ପରିଭାଷା ଚୁମ୍ବନ ମାଧ୍ୟମରେ ପରିପ୍ରକାଶିତ ହୋଇଥାଏ । ମନୁଷ୍ୟକୁ ଚୁମ୍ବନର ରାଜା ମଧ୍ୟ କୁହାଯାଏ । ତେବେ ଏହି ଚୁମ୍ବନ ପ୍ରକ୍ରିୟା କେବେଠାରୁ ଆରମ୍ଭ ହୋଇଥିଲା ତାହା ବେଳେ ବେଳେ ମନକୁ ଆସିଥାଏ । ଏବେ ବୈଜ୍ଞାନିକମାନେ ପ୍ରେମ ଆଉ ଚୁମ୍ବନକୁ ନେଇ ବଡ ରହସ୍ୟର ଉଜାଗର କରିଛନ୍ତି । ପ୍ରକୃତରେ ମନୁଷ୍ୟ କେବେଠାରୁ ଭଲ ପାଇବା ଆଉ ଚୁମ୍ବନ କଳା ଶିଖିଲା ତାହା ସେମାନେ ପ୍ରକାଶ କରିଛନ୍ତି । ଅକ୍ସଫୋର୍ଡ ୟୁନିଭରସିଟି ଓ ଫ୍ଲୋରିଡା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଗବେଷଣା ମାଧ୍ୟମରେ ଏହାର ତଥ୍ୟ ପ୍ରଦାନ କରିଛନ୍ତି । ଏବେକାର ମନୁଷ୍ୟ ରୂପ ନେବା ପୂର୍ବରୁ ସେମାନେ କିନ୍ତୁ ଚୁମ୍ବନ ଦେବା ଆରମ୍ଭ କରିଥିଲେ ।

ପାଖାପାଖି ୨ କୋଟି ବର୍ଷ ତଳେ ଗ୍ରେଟ ଏପ୍ସେ ବାନରମାନଙ୍କ ମଧ୍ୟରେ ଚୁମ୍ବନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । ନିଏଣ୍ଡରଥଲ ଓ ପରେ ମନୁଷ୍ୟ ଲିପଲକ ଚୁମ୍ବନ ଆରମ୍ଭ କରିଥିଲେ । ନିଏଣ୍ଡରଥାଲ ମାନବ ହୋମୋ ବଂଶର ଏକ ବିଲୁପ୍ତ ସଦସ୍ୟ । ବୈଜ୍ଞାନିକମାନେ ମନୁଷ୍ୟ, ଚିମ୍ପାଜୀ, ବୋନୋବୋସ, ଓରାଂଗୁଟନ ଓ ଗରିଲ୍ଲାଙ୍କ ଉପରେ ଗବେଷଣା କରିଥିଲେ । ପର୍ଯ୍ୟକ୍ରମେ ପରିବର୍ତିତ ଜୀବନପ୍ରକ୍ରିୟାକୁ ମଧ୍ୟ ଅନୁଧ୍ୟାନ କରାଯାଇଥିଲା । ୨.୧ କୋଟି ଓ ୧.୭ କୋଟି ବର୍ଷ ମଧ୍ୟରେ ଚୁମ୍ବନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହା ମାଧ୍ୟମରେ ଜଣେ ବୀପରିତ ଲିଙ୍ଗର ଅତି ନିକଟତର ହୋଇପାରେ ।

Comments are closed.