Latest Odisha News

ରଣଜୀ ଟ୍ରଫି: ଗୋବିନ୍ଦଙ୍କୁ ୫ ୱିକେଟ, ବିଜୟ ସ୍ୱାଦ ଚାଖିଲା ଓଡିଶା

ଭୁବନେଶ୍ୱର: ଦଳଗତ ପ୍ରଦର୍ଶନ ଯୋଗୁ ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ବିଜୟ ସ୍ୱାଦ ଚାଖିଛି । ନାଗାଲାଣ୍ଡ ବିପକ୍ଷରେ ଓଡିଶା ୨୯୯ ରନରେ ବିଜୟ ହୋଇଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୭୫ ରନ କରିଥିଲା । ଏହାର ଜବାବରେ ନାଗାଲାଣ୍ଡ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ୫ ୱିକେଟ ବିନିମୟରେ ୩୫୦ ରନ କରି ପାରୀ ଘୋଷଣା କରିଥିଲା । ଅଧିନାୟକ ଶୁଭ୍ରାଂଶୁ ସେନାପତି(୧୩୭) ଓ ସ୍ୱସ୍ତିକ ସାମଲ (୧୬୯)ଶତକ ହାସଲ କରିଥିଲେ । ଏଥିସହ ଓଡିଶା ୪୬୫ ରନର ବିଜୟ ଲକ୍ଷ୍ୟ ନାଗାଲାଣ୍ଡ ସମ୍ମୁଖରେ ରଖିଥିଲା ।

ମ୍ୟାଚର ଅନ୍ତିମ ଦିବସରେ ନାଗାଲାଣ୍ଡ ମ୍ୟାଚ ଡ୍ର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଓଡିଶା ବୋଲର ଚମତ୍କାର ବୋଲିଂ ପ୍ରଦର୍ଶନ କରି ୧୬୫ ରନରେ ଅଲଆଉଟ କରି ଦେଇଥିଲେ । ଦଳ ପକ୍ଷରୁ ଡେଗା ନିଶ୍ଚଳ ସର୍ବାଧିକ ୫୨ ରନ କରିଥିଲେ । ଗୋବିନ୍ଦ ପୋଦ୍ଦାର ଓଡିଶା ପକ୍ଷରୁ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ବାଦଲ ବିଶ୍ୱାଳ ୩ଟି ଓ ସମ୍ବିତ ବରାଳ ଗୋଟିଏ ୱିକେଟ ନେଇଥିଲେ । ଏଲିଟ ଗ୍ରୁପ ଏରେ ୫ ମ୍ୟାଚରୁ ୭ ପଂଏଟ ହାସଲ କରି ଓଡିଶା ଏବେ ପଂଏଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ବିଦର୍ଭ ୫ ମ୍ୟାଚରୁ ୨୫ ପଂଏଟ ହାସଲ କରି ଶୀର୍ଷରେ ରହିଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ସ୍ୱସ୍ତିକ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.