Latest Odisha News

BREAKING NEWS

ଜୁନିୟର ବିଶ୍ବ କପ ପୁରୁଷ ହକି ଟ୍ରଫି ପୁରୀରେ ଉନ୍ମୋଚିତ

ପୁରୀ: ଏଫଆଇଏଚ ଜୁନିୟର ପୁରୁଷ ହକି ବିଶ୍ବ କପ ତାମିଲନାଡୁ ଠାରେ ଚଳିତ ମାସ ୨୮ରୁ ଆରମ୍ଭ ହେବ। ଏହା ଡିସେମ୍ବର ୧୦ ତାରିଖରେ ଶେଷ ହେବ। ଏହି ହକିର ଟ୍ରଫିକୁ ଆଜି ଅପରାହ୍ନରେ ସିଂହଦ୍ବାର ନିକଟରେ ସମର୍ପିତ ଓ ଉନ୍ମୋଚିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହରା ଏହି ଟ୍ରଫିକୁ ଅନାବରଣ କରିବା ସହ ବିଶ୍ବ କପ ହକିର ସଫଳତା କାମନା କରିଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଏସ ପି ସଚିନ ପାଟିଲ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଟ୍ରାଫିକ ଇନ୍ସପେକ୍ଟର ଜୟଦୀପ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଟ୍ରଫି ଉନ୍ମୋଚନରେ ସାମିଲ ହୋଇଥିଲେ।ପରେ ଟ୍ରଫିର ଫଟୋ ସେସନ କରାଯାଇଥିଲା।

କାର୍ଯ୍ୟକ୍ରମରେ କ୍ରୀଡା ବିଭାଗ ପକ୍ଷରୁ ହରେଶ କୁମାର ମିଶ୍ର, ହକି କୋଚ ଗୌତମ ବେହେରା, ଜିଲ୍ଲା ସ୍କୁଲର ପୂର୍ବତନ ପିଇଟି ଗୋପାଳ ଚନ୍ଦ୍ର ବେହେରାଙ୍କ ସମେତ ହକି ଖେଳାଳୀ ମାନେ ଉପସ୍ଥିତ ଥିଲେ।ସେହିପରି ପରବର୍ତ୍ତୀ ସମୟରେ ବ୍ଲୁ ଫ୍ଲାଗ ବିଚରେ ଟ୍ରଫିର ଫଟୋ ସେସନ କରାଯାଇଥିଲା।

Comments are closed.