ନୂଆଦିଲ୍ଲୀ: ବିଶ୍ୱ ଫୁଟବଲର ଦୁଇ ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲୁଇସ ସୁଆରେଜଙ୍କ ପୁଅ ଏବଂ ଝିଅଙ୍କ ବନ୍ଧୁତାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି । ଏହି ଖବରର ସତ୍ୟତା ଏବେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୃଷ୍ଟି ହୋଇ ପାରିନି । ରୋନାଲ୍ଡୋ ଜୁନିୟର ଓ ଡେଲଫିନା ସୁଆରେଜଙ୍କ ଫଟୋ ଏହି ଚର୍ଚ୍ଚାର କାରଣ ସାଜିଛି । ତେବେ ଏହା କୌଣସି ଅଫିସିଆଲ ଆକାଂଉଟରୁ ଆସି ନ ଥିବାରୁ ସତ୍ୟତା ପାଇଁ ଆମକୁ କିଛି ଦିନ ଅପେକ୍ଷା କରିବାକୁ ପଡିବ । ବିଭିନ୍ନ ଅନ୍ତରଙ୍ଗ ମୂହର୍ତରେ ଫଟୋ ଏହି ଆକାଂଉଟରୁ ଶେୟାର କରାଯାଇଛି ।
ଅବଶ୍ୟ ଫୁଟବଲପ୍ରେମୀ ଏହି ସମ୍ପର୍କର ସତ୍ୟତା ଜାଣି ନ ଥିଲେ ମଧ୍ୟ ଏହାକୁ ଗ୍ରହଣ କରି ନେଇଛନ୍ତି । ପଡିଆରେ ରୋନାଲ୍ଡୋ ଓ ସୁଆରେଜଙ୍କ ମଧ୍ୟରେ ସର୍ବଦା ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲେ ମଧ୍ୟ ଦୁଇ ପରିବାରଙ୍କ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ରହିଛି । ଦୁଇ ପରିବାର ଅନେକ ସମୟରେ ଏକତ୍ର ହୋଇଥାନ୍ତି । ଏଥିନେଇ ଦୁଇ ଜଣ ନିକଟତର ହୋଇଥିବା ଅନୁମାନ କରାଯାଉଛି । ଯେ ପର୍ଯ୍ୟନ୍ତ ଅଫିସିଆଲ ମୋହର ନ ବାଜିଛି ଆମେ ଏହାକୁ ପ୍ରେମ ବଦଳରେ କେବଳ ବନ୍ଧୁତା ଭାବେ ଗ୍ରହଣ କରିବା ।
Comments are closed.