ନୂଆଦିଲ୍ଲୀ: ୟୁଟ୍ୟୁବ ଭିଡିଓ ସେୟାର କରିବା ପାଇଁ ଏବେ ଆପଣଙ୍କୁ ହ୍ୱାଟ୍ସଆପ୍ କିମ୍ବା ଟେଲିଗ୍ରାମ୍ ଭଳି ଅନ୍ୟ ଆପ୍ର ଆବଶ୍ୟକତା ରହିବ ନାହିଁ। ଗୁଗୁଲ୍ ଏକ ନୂଆ ଫିଚର ଟେଷ୍ଟ କରୁଛି, ଯାହା ଦ୍ୱାରା ଆପଣ ଯୁଟ୍ୟୁବ୍ରେ ରହି ଅନ୍ୟ ୟୁଜର୍ସଙ୍କୁ ସିଧା ମେସେଜ୍ ପଠାଇ ପାରିବେ। ବର୍ତ୍ତମାନ ୟୁଟ୍ୟୁବ ଭିଡିଓ ସେୟାର କରିବାକୁ ତା’ର ଲିଙ୍କକୁ ଅନ୍ୟ ଆପ୍ରେ ପେଷ୍ଟ କରି ଅନ୍ୟ ୟୁଜରଙ୍କୁ ପଠାଇବାକୁ ପଡ଼ୁଛି, କିନ୍ତୁ ଶୀଘ୍ର ଏହା ବଦଳିଯିବ। ୟୁଟ୍ୟୁବର ଉଦ୍ଦେଶ୍ୟ ହେଉଛି ଲୋକେ ଅଧିକରୁ ଅଧିକ ସମୟ ତା’ର ପ୍ଲାଟଫର୍ମରେ ରହିବେ ଏବଂ ମେସେଜ୍ କରିବା ପାଇଁ ଅନ୍ୟ ପ୍ଲାଟଫର୍ମର ଆବଶ୍ୟକତା ନ ପଡୁ।
ଏଠାରେ ଚାଲିଛି ଟେଷ୍ଟିଂ
ୟୁଟ୍ୟୁବ ସପୋର୍ଟ ପେଜ୍ରେ କମ୍ପାନୀ କହିଛି ଯେ ଏହି ଫିଚରକୁ ଏବେ ଦୁଇଟି ଅଞ୍ଚଳରେ ଟେଷ୍ଟ କରାଯାଉଛି। ଏହା ଏବେ ଆରମ୍ଭ ହୋଇଛି ଏବଂ ପୋଲାଣ୍ଡ ଓ ଆୟରଲ୍ୟାଣ୍ଡରେ କିଛି ୟୁଜର ପାଇଁ ଏହାକୁ ରୋଲଆଉଟ କରାଯାଇଛି। ରିପୋର୍ଟ ଅନୁଯାୟୀ, ଶୀଘ୍ର ଏହି ଟେଷ୍ଟିଙ୍ଗ ବଢ଼ାଇ ଅଧିକ ୟୁଜର୍ସଙ୍କ ପାଇଁ ଏହି ଫିଚର ଟେଷ୍ଟ କରାଯାଇପାରେ। ଯଦିଓ ଏହି ବର୍ଷ ଶେଷ ହେବାକୁ ଏବେ କିଛି ସପ୍ତାହ ବାକି ଅଛି, ତଥାପି ଏହି ଫିଚର ଆସନ୍ତା ବର୍ଷ ସମସ୍ତ ୟୁଜର୍ସଙ୍କ ପାଇଁ ଲଞ୍ଚ ହୋଇପାରେ।
ମେସେଜ୍କୁ ସ୍କାନ୍ କରାଯାଇପାରିବ
ୟୁଟ୍ୟୁବ ଏହି ଫିଚର ବିଷୟରେ ଅଧିକ ତଥ୍ୟ ଦେଇନାହିଁ, କିନ୍ତୁ ଏହାର ପଲିସି ସମ୍ପର୍କରେ କିଛି କଥା ଜଣାପଡ଼ିଛି। ୟୁଟ୍ୟୁବରେ ପଠାଯାଇଥିବା ମେସେଜ୍କୁ ପଲିସି ଗାଇଡଲାଇନ୍ ଅନୁଯାୟୀ ରିଭ୍ୟୁ କରାଯାଇପାରିବ। ପଲିସି ଉଲ୍ଲଙ୍ଘନ କରୁଥିବା ମେସେଜ୍କୁ ବ୍ଲକ୍ କରାଯାଇପାରିବ।
BREAKING NEWS
- Heavy Rain & Floods in Odisha:ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି; ଏରିଅଲ ସର୍ଭେରେ ଯିବେ ମୁଖ୍ୟମନ୍ତ୍ରୀ
- ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି: ୩ ଦିନିଆ ଧର୍ମଘଟ ବେଳେ ମାଗଣାରେ ଏଟିଏମ୍ରୁ ଉଠାଇ ପାରିବେ ଟଙ୍କା, ଲାଗିବନି ଏକ୍ସଟ୍ରା ଚାର୍ଜ
- ଶସ୍ତା ଇନ୍ଧନ ଓ କମ୍ ପ୍ରଦୂଷଣ: ଖୁବଶୀଘ୍ର ରାସ୍ତାକୁ ଓହ୍ଲାଇବ ଶହେ ପ୍ରତିଶତ ଇଥାନଲ୍ ଚାଳିତ ଗାଡ଼ି
- ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ: ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ଟ୍ରେନ୍ରେ ଲାଗିବ ଅତିରିକ୍ତ ବଗି
- ଦେଶରେ ପ୍ରଥମ ଥର ଓଡ଼ିଶାରେ ଉନ୍ମୋଚିତ ହେଲା ‘ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା’
- Hospital in Western Odisha:ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରିବ ବେଦାନ୍ତ
- ମୋଦୀଙ୍କୁ ଭୂୟସୀ ପ୍ରଶଂସା କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ:ଭାରତ ନିଜର ରଣନୈତିକ ନୀତି ଯୋଗୁଁ ନିଜର ଇନ୍ଧନ ଯୋଗାଣକୁ ସ୍ଥିର ରଖିବାରେ ସଫଳ
- ଜାପାନର ୧୧ ବର୍ଷୀୟ ଇ-ସ୍ପୋର୍ଟସ୍ ଖେଳାଳି ୟୁକି କୁରିହାରା ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତି ରଚିଲେ ଇତିହାସ
- Spurious liquor:ମଦ୍ୟପାନ ନିଷିଦ୍ଧ ରାଜ୍ୟରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ଗଲା ଜୀବନ
- ଏସୀୟ କ୍ରୀଡ଼ା ୨୦୨୬: କବାଡ଼ିରେ ଭାରତକୁ ଡବଲ ସ୍ୱର୍ଣ୍ଣ

Comments are closed.