Latest Odisha News

BREAKING NEWS

ନିର୍ବନ୍ଧ କଲେ କି ହାର୍ଦ୍ଦିକ ପାଣ୍ଡ୍ୟା…

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ମାହିକା ଶର୍ମାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେମାନଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।ମାହିକାଙ୍କ ହାତରେ ଏକ ସୁନ୍ଦର ମୁଦି ଦେଖି ଉଭୟଙ୍କର ନିର୍ବନ୍ଧ ହୋଇସାରିଥିବା ନେଇ କୁହାଯାଉଛି।

ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ମାହିକା ତାଙ୍କୁ କିଛି ପିଇବାକୁ ଦେଉଥିବାବେଳେ ତାଙ୍କ ବାମ ହାତରେ ଏକ ସୁନ୍ଦର ହୀରା ମୁଦି ନଜର ଆସିଥିଲା। ବର୍ତ୍ତମାନ୍ ସୁଦ୍ଧା ଏ ନେଇ ମାହିକା କିମ୍ବା ହାର୍ଦ୍ଦିକ କୌଣସି ଘୋଷଣା କରିନାହାଁନ୍ତି।

ମାହିକା ପେଶାରେ ଜଣେ ମଡେଲ। ହାର୍ଦ୍ଦିକ, ନତାଶା ଷ୍ଟାନକୋଭିକଙ୍କ ଠାରୁ ଛାଡପତ୍ର ନେବା ପରେ ତାଙ୍କୁ ଡେଟ୍ କରୁଥିବା ନେଇ ଜଣାପଡ଼ିଛି। ଉଭୟଙ୍କୁ ପ୍ରଥମେ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା। ଯାହାପରେ ହାର୍ଦ୍ଦିକଙ୍କ ଜନ୍ମଦିନ ପାଳନ କରିବା ପାଇଁ ଗତ ମାସରେ ଉଭୟ ବିଦେଶ ଯାଇଥିବା ନେଇ ମଧ୍ୟ ରିପୋର୍ଟରୁ ଜଣାପଡିଥିଲା।ପରେ ମାହିକାଙ୍କୁ ହାର୍ଦ୍ଦିକଙ୍କ ସହ ଦୀପାବଳି ପୂଜା ସମେତ ଅନେକ ପାରିବାରିକ ଫଟୋରେ ମଧ୍ୟ ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୦ ମସିହାରେ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ ଓ ଗତ ବର୍ଷ ଜୁଲାଇରେ ସେମାନଙ୍କର ଛାଡପତ୍ର ମଧ୍ୟ ହୋଇଥିଲା। ଉଭୟଙ୍କର ଅଗସ୍ତ୍ୟ ନାମକ ଏକ ପୁଅ ଅଛି।

ହାର୍ଦ୍ଦିକଙ୍କୁ ଦକ୍ଷିଣ ଆଫ୍ରିକା ସହ ଟି-୨୦ ସିରିଜରେ ଦେଖିବାକୁ ମିଳିପାରେ କିନ୍ତୁ ଏକଦିବସୀୟ ସିରିଜ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ରିପୋର୍ଟରୁ ଜଣାପଡ଼ିଛି।

 

Comments are closed.