Latest Odisha News

BREAKING NEWS

SI exam scam: ପୋଲିସ SI ପରୀକ୍ଷା କେଳେଙ୍କାରୀ; ୪ ଜଣଙ୍କୁ ସିବିଆଇ ଜେରା

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ ଚାରି ଜଣଙ୍କୁ ପଚରାଉଚରା କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)।

ସୂତ୍ର ଅନୁଯାୟୀ ୧୦ ଜଣଙ୍କୁ ସମନ କରାଯାଇଥିଲା, କିନ୍ତୁ ମାତ୍ର ଚାରି ଜଣ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇଥିଲେ। ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପ୍ରାୟ ଆଠ ଘଣ୍ଟା ଧରି ପଚରାଉଚରା ଚାଲିଥିଲା। ପଚରାଉଚରା କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପ୍ରାର୍ଥୀ ଅଛନ୍ତି, ଯାହାଙ୍କୁ ପୂର୍ବରୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଗିରଫ କରିଥିଲା ଏବଂ ପରେ ଜାମିନରେ ଛଡ଼ାଯାଇଥିଲା।

ସୂଚନାଯୋଗ୍ୟ, ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଦୁର୍ନୀତି ମାମଲା ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିଥିବା ନେଇ ସନ୍ଦେହ ହେବା ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ସୁପାରିଶ କରିଥିଲେ। ପରେ ସିବିଆଇକୁ ଅନୁଧ୍ୟାନ ଦାୟୀତ୍ବ ଦିଆଯାଇଥିଲା। ୩୦ ସେପ୍ଟେମ୍ବର ୨୦୨୫ ଏକ ଅଜ୍ଞାତ ସୂଚନା ପାଇବା ପରେ ପେପର ଲିକ୍ ମାମଲା ସାମ୍ନାକୁ ଆସିଥିଲା। ଯାହା ଫଳରେ ୧୧୪ ପ୍ରାର୍ଥୀଙ୍କ ସମେତ ତିନି ଜଣ ଏଜେଣ୍ଟଙ୍କୁ ଗିରଫ କରାଯାଇଥିଲା।

 

Comments are closed.