Latest Odisha News

BREAKING NEWS

President Murmu: ୨୭ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ । ନଭେମ୍ବର ୨୭ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୭ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାବେଳେ, ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ । ଏହାପରେ ରାଜଭବନରେ ରାତ୍ରୀଯାପନ କରିବେ ।

ସେଠାରୁ ରାଜଭବନ ଆସିବା ପରେ ୨ଟା ୨୫ରେ ସେ କଳିଙ୍ଗ ଅତିଥି ନିବାସର ଉଦଘାଟନ କରିବେ । ସେଠାରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟର କିଛି ମନ୍ତ୍ରୀ ପ୍ରମୁଖ ସାମିଲ ହେବେ ।

୨୮ରେ ଗୃହରେ ସରକାର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଗୃହରେ ଉପସ୍ଥାପିତ କରିବେ । ୮ ତାରିଖରେ ଏ ସଂପର୍କିତ ବ୍ୟୟମଞ୍ଜୁରୀ ବିଲ୍‌ ଗୃହରେ ଆଗତ ହେବ । ଏହା ପରେ ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦେଇ ସେହିଦିନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Comments are closed.