ଗୌହାଟୀ: ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ମାର୍କୋ ୟାନେସେନ ୱେଷ୍ଟଇଣ୍ଡିଜ ମହାନ ବ୍ୟାଟ୍ସମ୍ୟାନ ଭିିଭିଆନ ରିଚାର୍ଡ୍ସଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ୟାନସେନ ୯୩ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଏଥିରେ ସେ ୭ଟି ଛକା ମାରିଥିଲେ । ଶାହୀଦ ଆଫ୍ରିଦୀଙ୍କ ପରେ ଭାରତ ବିପକ୍ଷରେ ସେ ସର୍ବାଧିକ ଛକା ମାରିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଭିଭ ରିଚାର୍ଡ୍ସ, ମାଥ୍ୟୁ ହେଡେନ, ଶକୀବ ଉଲ ହାସନ ଓ ଆଫ୍ରିଦୀ ୬ ଛକା ମାରିଛନ୍ତି । ଭାରତରେ ଟିମ ଇଣ୍ଡିଆ ବିପକ୍ଷରେ ସର୍ବାଧିକ ଛକା ରେକର୍ଡ କିନ୍ତୁ ଜାନେସନଙ୍କ ନାମରେ ଲିିପିବଦ୍ଧ ହୋଇଛି । ତାଙ୍କ ପୂର୍ବରୁ ୧୯୭୪ରେ ରିଚାର୍ଡ୍ସ ଏବଂ ୨୦୦୧ରେ ମାଥ୍ୟୁ ହେଡେନ ୬ଛକା ମାରିଥିଲେ । ସେହିପରି ୯ ନମ୍ବର ସ୍ଥାନରେ ଭାରତ ବିପକ୍ଷରେ ବ୍ୟାଟିଂ କରି ସର୍ବାଧିକ ରନ ସଂଗ୍ରହରେ ସେ ୪ର୍ଥ ସ୍ଥାନରେ ରହିଛନ୍ତି । ଇଆନ ସ୍ମିଥ(୧୭୩), ଲାନ୍ସ କ୍ଲୁଜନର(୧୦୨) ଓ ମିଚେଲ ଷ୍ଟାର୍କ ୯୯ ରନ କରିଥିଲେ ।
ସେନୁରାନଙ୍କ ଶତକ: ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ସ୍କୋରଠାରୁ ୪୮୦ ରନ ପଛରେ ରହିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୮୯ ରନ କରିଛି । ସେନୁରାନ ମୁଥୁସ୍ୱାମୀ ୧୦୯ ଓ ଜାନସେନ ୯୩ ରନ କରିଥିଲା । ଦକ୍ଷିଣ ଆଫ୍ରିକାର ସମସ୍ତ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । କୂଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ ନେଇଥିଲେ । ଭାରତ ଷ୍ଟମ୍ପସ ଅପସାରଣ ବେଳକୁ କୌଣସି ୱିକେଟ ନ ହରାଇ ୯ ରନ କରିଛନ୍ତି । ଯଶସ୍ୱୀ ଜୈସୱାଲ ୭ ଓ କେଏଲ ରାହୁଲ ୨ ରନ କରି ଅପରାଜିତ ରହିଛନ୍ତି ।
Comments are closed.