ଗୌହାଟୀ: ଟେଷ୍ଟ କ୍ରିକେଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଘରୋଇ ପରିବେଶରେ ଭାରତ ୦-୨ରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି । ପୂର୍ବରୁ ନ୍ୟୁଜିଲାଣ୍ଡ ମଧ୍ୟ ୩-୦ରେ ସିରିଜ ଜିତିଥିଲା । ପରାଜୟର ଦୋଷ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ଲଦି ଦିଆଯାଇଥିଲା । ପରେ ସେମାନେ ଟେଷ୍ଟରୁ ଅବସର ନେଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପରେ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ଟିମ ଇଣ୍ଡିଆର ଖେଳାଳି ଚୟନ ଓ କୋଚ ଗୌତମ ଗମ୍ଭୀରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି ଦିନ ଥିଲା ଆମେ କେବଳ ବିଦେଶ ମାଟିରେ କିପରି ଜିତିବୁ ସେ ନେଇ ଚିନ୍ତା କରୁଥିଲୁ । ଏବେ ଆମେ ଭାରତରେ ଟେଷ୍ଟ ବଂଚାଇବୁ ପାଇଁ ସଂଘର୍ଷ କରୁଛୁ । ସେ ଲେଖିଥିଲେ ସିନିୟର ଖେଳାଳିଙ୍କୁ ବାହାର କରିବା, ମିଡିଲ ଅର୍ଡରରୁ ନିୟମିତ ବ୍ୟାଟ୍ସମ୍ୟାନ ହଟେଇବା ଓ ମନଇଚ୍ଛା ଅଲରାଉଣ୍ଡରଙ୍କୁ ଖେଳାଇବା ରଣନୀତି ପରାଜୟର କାରଣ । ଦକ୍ଷିଣ ଆଫ୍ରିକା ସ୍ପେଶାଲିଷ୍ଟ ଓପନର, ଅଭିଜ୍ଞ ଓ ସ୍ଥିର ମିଡିଲ ଅର୍ଡର ବ୍ୟାଟିଂ ଲାଇନ ଅପ, ନିୟମିତ ସ୍ପିନର ଓ ପେସ ବୋଲର ଏବଂ ଜଣେ ଅଲରାଉଣ୍ଡଙ୍କୁ ଖେଳାଇଥିଲା । ଯାହା କି ଟେଷ୍ଟ ଟିମର ପରିଭାଷା ହେବା ଉଚିତ । ପରେ ଅବଶ୍ୟ ବିକାଶ ତାଙ୍କ ପୋଷ୍ଟକୁ ଡିଲିଟ କରି ଦେଇଥିଲେ ।
Comments are closed.